ବିଶ୍ୱକପ୍‌ ଫାଇନାଲ: ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ରହିଛି ରେକର୍ଡବୁକ

ଲର୍ଡସ: ଆସନ୍ତାକାଲି ବିଶ୍ୱକପ୍‌ ଟ୍ରଫି ହାସଲ କରିବାକୁ ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଘମାଘୋଟ ଲଢ଼େଇ ହେବ। ଯିଏ ଜିତିବ, ସେହି ଦଳ ପ୍ରଥମଥର ପାଇଁ ବିଶ୍ୱ ବିଜେତା ହେବ। ତେବେ ଆମେ ଯଦି ଦିନିକିଆ ରେକର୍ଡ କଥା ବିଚାରକୁ ନେବା, ତା’ହେଲେ ଇଂଲଣ୍ଡ ଅପେକ୍ଷା ନ୍ୟୁଜିଲ୍ୟାଣ୍ଡ ଆଗରେ ରହିଛି। କିନ୍ତୁ ଚଳିତ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଇଂଲଣ୍ଡ ୧୧୯ ରନ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ତେଣୁ ଆସନ୍ତାକାଲି ଏହାର ପ୍ରତିଶୋଧ ନେବାକୁ ନ୍ୟୁଜିଲ୍ୟାଣ୍ଡ ପାଖରେ […]

swq

Hemant Lenka
  • Published: Saturday, 13 July 2019
  • , Updated: 13 July 2019, 07:27 PM IST

ଲର୍ଡସ: ଆସନ୍ତାକାଲି ବିଶ୍ୱକପ୍‌ ଟ୍ରଫି ହାସଲ କରିବାକୁ ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଘମାଘୋଟ ଲଢ଼େଇ ହେବ। ଯିଏ ଜିତିବ, ସେହି ଦଳ ପ୍ରଥମଥର ପାଇଁ ବିଶ୍ୱ ବିଜେତା ହେବ। ତେବେ ଆମେ ଯଦି ଦିନିକିଆ ରେକର୍ଡ କଥା ବିଚାରକୁ ନେବା, ତା’ହେଲେ ଇଂଲଣ୍ଡ ଅପେକ୍ଷା ନ୍ୟୁଜିଲ୍ୟାଣ୍ଡ ଆଗରେ ରହିଛି।

କିନ୍ତୁ ଚଳିତ ବିଶ୍ୱକପର ଲିଗ ପର୍ଯ୍ୟାୟରେ ଇଂଲଣ୍ଡ ୧୧୯ ରନ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ତେଣୁ ଆସନ୍ତାକାଲି ଏହାର ପ୍ରତିଶୋଧ ନେବାକୁ ନ୍ୟୁଜିଲ୍ୟାଣ୍ଡ ପାଖରେ ସୁଯୋଗ ରହିବ।

ଏଯାଏ ଉଭୟ ଦେଶ ପରସ୍ପର ସହ ୯୦ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏଥିମଧ୍ୟରୁ ଇଂଲଣ୍ଡ ୪୧ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪୩ଟି ମ୍ୟାଚ୍‌ରେ ବାଜିମାତ କରିଛି। ଦୁଇଟି ମ୍ୟାଚ ଟାଏରେ ଶେଷ ହୋଇଥିବା ବେଳେ ୪ଟିରେ କୌଣସି ଫଳାଫଳ ବାହାରିପାରି ନଥିଲା। ୨୦୧୫ ବିଶ୍ୱକପର ଲିଗ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ ୱେଲଙ୍ଗିଟନ୍‌ରେ ଇଂଲଣ୍ଡକୁ ଭେଟିଥିଲା।

ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୨୩ ରନରେ ଇଂଲଣ୍ଡକୁ ଅଲଆଉଟ୍ କରିଦେଇଥିଲା। ଏହାପରେ ୧୨.୨ ଓଭରରେ ଏହି ଟାର୍ଗେଟକୁ ପୂରଣ କରିଥିଲା ନ୍ୟୁଜିଲ୍ୟାଣ୍ଡ। ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ୫-୩ରେ ଇଂଲଣ୍ଡ ତୁଳନାରେ ଆଗରେ ରହିଛି।

Related story