ସଚିନଙ୍କ ନାମରେ ହେବ ପ୍ୟାଭିଲିୟନ୍

ମୁମ୍ବାଇ: ମେ’ ୨ ତାରିଖରେ ସ୍ଥାନୀୟ ବାନ୍ଦ୍ରାସ୍ଥିତ ଏମଆଇଜି କ୍ଲବର ପ୍ୟାଭିଲିୟନ୍ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରଖାଯିବ। ନିଜର ଦୁଇ ଦଶକରୁ ଅଧିକ ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସଚିନ୍ ଏହି କ୍ଲବରେ ହିଁ ଅଭ୍ୟାସ କରିଥିଲେ। କ୍ଲବର କ୍ରିକେଟ୍ ସମ୍ପାଦକ ଅମିତ୍ ଦାନୀ କହିଛନ୍ତି, ସଚିନଙ୍କ ନାମରେ ହେବାକୁଥିବା ଏହି ପ୍ୟାଭିଲିୟନ୍ ଆସନ୍ତା ମେ’ ୨ ତାରିଖରେ ଉଦଘାଟିତ ହେବ। ସଚିନଙ୍କ ପୁଅ ଅର୍ଜୁନ୍ ମଧ୍ୟ ଏହି କ୍ଲବ୍ ପକ୍ଷରୁ ଖେଳନ୍ତି। ଏଠାକାର […]

sachin

Hemant Lenka
  • Published: Sunday, 28 April 2019
  • , Updated: 28 April 2019, 07:03 PM IST

ମୁମ୍ବାଇ: ମେ' ୨ ତାରିଖରେ ସ୍ଥାନୀୟ ବାନ୍ଦ୍ରାସ୍ଥିତ ଏମଆଇଜି କ୍ଲବର ପ୍ୟାଭିଲିୟନ୍ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରଖାଯିବ। ନିଜର ଦୁଇ ଦଶକରୁ ଅଧିକ ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସଚିନ୍ ଏହି କ୍ଲବରେ ହିଁ ଅଭ୍ୟାସ କରିଥିଲେ।

କ୍ଲବର କ୍ରିକେଟ୍ ସମ୍ପାଦକ ଅମିତ୍ ଦାନୀ କହିଛନ୍ତି, ସଚିନଙ୍କ ନାମରେ ହେବାକୁଥିବା ଏହି ପ୍ୟାଭିଲିୟନ୍ ଆସନ୍ତା ମେ' ୨ ତାରିଖରେ ଉଦଘାଟିତ ହେବ। ସଚିନଙ୍କ ପୁଅ ଅର୍ଜୁନ୍ ମଧ୍ୟ ଏହି କ୍ଲବ୍ ପକ୍ଷରୁ ଖେଳନ୍ତି। ଏଠାକାର ଏମସିଏର ୱାଙ୍ଖଡେ ଷ୍ଟାଡିୟମର ଏକ ଷ୍ଟାଣ୍ଡ ମଧ୍ୟ ସଚିନଙ୍କ ନାମରେ ରହିଛି।

୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସଚିନ ନିଜର ଅନ୍ତିମ ତଥା ୨୦୦ତମ ଟେଷ୍ଟ ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳିଥିଲେ। ଅନ୍ୟପକ୍ଷରେ ମେ' ୨ରୁ ୫ ତାରିଖ ପର୍ଯ୍ୟନ୍ତ ଏମଆଇଜି କ୍ରିକେଟ୍ କ୍ଲବରେ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ୍ ଏକାଡେମୀ (ଟିଏମଜିଏ)ର ସମର କ୍ରିକେଟ୍ କୋଚିଂ କ୍ୟାମ୍ପ୍ ଆୟୋଜିତ କରାଯିବ।

Related story