ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଷ୍ଟାର କ୍ରିକେଟର୍‌ଙ୍କୁ ମିଳିଲାନାହିଁ ସିଟ୍: ସ୍ପୋର୍ଟ୍ସ କୋଟା ଭରସା 

ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ କୁହାଯାଉଥିବା ଆଇପିଏଲର ଷ୍ଟାର ଖେଳାଳି ପୱନ ନେଗୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଡିମିଶନ ନେବାକୁ ଯାଉଛନ୍ତି। ନେଗୀ ସ୍ପୋର୍ଟ୍ସ କୋଟାରେ ‘ଡିୟୁ’ରେ ଆଡିମିଶନ ନେବେ। ‘ଡିୟୁ’ରେ ତାଙ୍କୁ ସିଧାସଳଖ ଆଡିମିଶନ ନ ମିଳିବାରୁ ତାଙ୍କୁ ଏଥିପାଇଁ ଟ୍ରାୟଲ୍‌ ଦେବାକୁ ହେବ। ଆଇପିଏଲର ଗୋଟିଏ ସିଜିନରେ ଦିଲ୍ଲୀ ଡେୟାରଡେଭିଲ୍ସ ସର୍ବାଧିକ ୮.୫ କୋଟି ଟଙ୍କାରେ ନେଗୀଙ୍କୁ କିଣିଥିଲା। ନେଗୀ ଆଇପିଏଲରେ ଆର୍‌ସିବି ଓ ଡେୟାର ଡେଭିଲ୍ସ ଦଳ ପାଇଁ ଖେଳିସାରିଛନ୍ତି। ଏହାସହ ୨୦୧୬ ମସିହାରେ ନେଗୀ […]

Pawan nNegi

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 08:01 PM IST

ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ କୁହାଯାଉଥିବା ଆଇପିଏଲର ଷ୍ଟାର ଖେଳାଳି ପୱନ ନେଗୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଡିମିଶନ ନେବାକୁ ଯାଉଛନ୍ତି। ନେଗୀ ସ୍ପୋର୍ଟ୍ସ କୋଟାରେ ‘ଡିୟୁ’ରେ ଆଡିମିଶନ ନେବେ। ‘ଡିୟୁ’ରେ ତାଙ୍କୁ ସିଧାସଳଖ ଆଡିମିଶନ ନ ମିଳିବାରୁ ତାଙ୍କୁ ଏଥିପାଇଁ ଟ୍ରାୟଲ୍‌ ଦେବାକୁ ହେବ। ଆଇପିଏଲର ଗୋଟିଏ ସିଜିନରେ ଦିଲ୍ଲୀ ଡେୟାରଡେଭିଲ୍ସ ସର୍ବାଧିକ ୮.୫ କୋଟି ଟଙ୍କାରେ ନେଗୀଙ୍କୁ କିଣିଥିଲା।

ନେଗୀ ଆଇପିଏଲରେ ଆର୍‌ସିବି ଓ ଡେୟାର ଡେଭିଲ୍ସ ଦଳ ପାଇଁ ଖେଳିସାରିଛନ୍ତି। ଏହାସହ ୨୦୧୬ ମସିହାରେ ନେଗୀ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏହା ବ୍ୟତିତ ଏସିଆ କପ ଓ ଟୋଣ୍ଟି-ଟୋଣ୍ଟି ବିଶ୍ୱକପରେ ମଧ୍ୟ ନେଗୀଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିସାରିଛି।

Related story