ଆଜିର ଦିନରେ ଇତିହାସ ରଚିଥିଲେ କୁମ୍ବଲେ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖକୁ ଭାରତୀୟ କ୍ରିକେଟ୍‌ ପ୍ରେମୀମାନେ ଭୁଲି ପାରନ୍ତି ନାହିଁ। ଆଜିକୁ ୨୦ ବର୍ଷ ତଳେ ଅର୍ଥାତ ୧୯୯୯ ମସିହାରେ କ୍ରିକେଟ କିମ୍ବଦନ୍ତୀ ଅନୀଲ କୁମ୍ବଲେ ପାକିସ୍ତାନ ବିରୋଧରେ ଖେଳିଥିବା ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ସେ ୧୦ ୱିକେଟ୍‌ ନେଇଥିଲେ। ଏପରି କରିବାରେ ସେ ବିଶ୍ୱର ସେ ଦ୍ୱିତୀୟ ଖେଳାଳି ଭାବେ ପରିଚୟ ପାଇଥିଲେ। ଏହାପୂର୍ବରୁ ଇଂଲଣ୍ଡର ଅଫ୍ ସ୍ପିନର ଜିମ୍ ଲେକର ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ମାଞ୍ଚେଷ୍ଟର ଟେଷ୍ଟରେ ଗୋଟିଏ […]

kumble

Subrat Kumar Nayak
  • Published: Thursday, 07 February 2019
  • , Updated: 07 February 2019, 11:01 AM IST

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖକୁ ଭାରତୀୟ କ୍ରିକେଟ୍‌ ପ୍ରେମୀମାନେ ଭୁଲି ପାରନ୍ତି ନାହିଁ। ଆଜିକୁ ୨୦ ବର୍ଷ ତଳେ ଅର୍ଥାତ ୧୯୯୯ ମସିହାରେ କ୍ରିକେଟ କିମ୍ବଦନ୍ତୀ ଅନୀଲ କୁମ୍ବଲେ ପାକିସ୍ତାନ ବିରୋଧରେ ଖେଳିଥିବା ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ସେ ୧୦ ୱିକେଟ୍‌ ନେଇଥିଲେ। ଏପରି କରିବାରେ ସେ ବିଶ୍ୱର ସେ ଦ୍ୱିତୀୟ ଖେଳାଳି ଭାବେ ପରିଚୟ ପାଇଥିଲେ।

ଏହାପୂର୍ବରୁ ଇଂଲଣ୍ଡର ଅଫ୍ ସ୍ପିନର ଜିମ୍ ଲେକର ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ମାଞ୍ଚେଷ୍ଟର ଟେଷ୍ଟରେ ଗୋଟିଏ ଇନିଂସରେ ୧୦ ୱିକେଟ୍‌ ନେଇଥିଲେ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ ଫେବୃଆରୀ ୪ ତାରିଖରୁ ୭ ପର୍ଯ୍ୟନ୍ତ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସ୍ପିନର ଅନୀଲ କୁମ୍ୱେଲ ଗୋଟିଏ ଇନିଂସରେ ୨୬.୩ ଓଭରର ୯ ମେଡେନ୍ ଓଭର ସହିତ ୭୪ ରନ୍‌ରେ ୧୦ ୱିକେଟ୍ ନେଇଥିଲେ।

ଏହି ମ୍ୟାଚ୍‌ରେ ୪୨୦ ରନ୍‌ର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ଟିମ୍‌ର ଓପନର୍ସ ସଇଦ୍ ଅନବର୍ ଓ ଶାହିଦ୍‌ ଆଫ୍ରିଦ୍ ୧୦୧ ରନ୍‌ କରିଥିଲେ। ହେଲେ ପୂରା ଟିମ୍‌ ୨୦୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲେ। ଏହାସହ ଭାରତ ପାକିସ୍ତାନକୁ ୨୧୨ ରନ୍‌ରେ ହରାଇ ଥିଲା।

Related story