ଅଭଦ୍ରାମୀର ସୀମା ଟପିଲେ୍ ବାଂଲାଦେଶ ଖେଳାଳି

ପୋଚେଫଷ୍ଟ୍ରୁମ୍‌: ସାଧାରଣତଃ କ୍ରିକେଟକୁ ଭଦ୍ରଲୋକର ଅଥାବ ଜେଣ୍ଟଲମ୍ୟାନ୍ ଗେମ୍ ବୋଲି କୁହାଯାଏ। କିନ୍ତୁ ରବିବାର ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଅଣ୍ଡର୍‌-୧୯ ବିଶ୍ୱକପ୍ ଫାଇନାଲରେ ବାଂଲାଦେଶ ଖେଳାଳିଙ୍କ ବ୍ୟବହାର ‘ଜେଣ୍ଟଲମ୍ୟାନ’ର ଶବ୍ଦକୁ ଅନର୍ଥ କରିଦେଇଛି। ଫାଇନାଲରେ ବାଂଲାଦେଶ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଅଣ୍ଡର-୧୯ ବିଶ୍ୱକପ୍ ଟାଇଟଲ୍ ନିଜ ନାଁରେ କରିଛି। କିନ୍ତୁ ଟିମର ଖେଳାଳିମାନେ ଏହି ବିଜୟରେ ନକାରାତ୍ମକ ବ୍ୟବହାର ଦ୍ୱାରା ନିଜ ଦେଶର ଛବି ଖରାପ କରିଛନ୍ତି। ଫାଇନାଲ୍ ମୁକାବିଲାରେ ଭାରତ ବିପକ୍ଷରେ ଐତିହାସିକ […]

bangla

Ranjit Kumar Jena
  • Published: Monday, 10 February 2020
  • , Updated: 10 February 2020, 05:54 PM IST

ପୋଚେଫଷ୍ଟ୍ରୁମ୍‌: ସାଧାରଣତଃ କ୍ରିକେଟକୁ ଭଦ୍ରଲୋକର ଅଥାବ ଜେଣ୍ଟଲମ୍ୟାନ୍ ଗେମ୍ ବୋଲି କୁହାଯାଏ। କିନ୍ତୁ ରବିବାର ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଅଣ୍ଡର୍‌-୧୯ ବିଶ୍ୱକପ୍ ଫାଇନାଲରେ ବାଂଲାଦେଶ ଖେଳାଳିଙ୍କ ବ୍ୟବହାର 'ଜେଣ୍ଟଲମ୍ୟାନ'ର ଶବ୍ଦକୁ ଅନର୍ଥ କରିଦେଇଛି। ଫାଇନାଲରେ ବାଂଲାଦେଶ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଅଣ୍ଡର-୧୯ ବିଶ୍ୱକପ୍ ଟାଇଟଲ୍ ନିଜ ନାଁରେ କରିଛି। କିନ୍ତୁ ଟିମର ଖେଳାଳିମାନେ ଏହି ବିଜୟରେ ନକାରାତ୍ମକ ବ୍ୟବହାର ଦ୍ୱାରା ନିଜ ଦେଶର ଛବି ଖରାପ କରିଛନ୍ତି।

ଫାଇନାଲ୍ ମୁକାବିଲାରେ ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ବାଂଲାଦେଶୀ ଖେଳାଳି ଭାରତୀୟ ଖେଳାଳିଙ୍କ ସହ ଖରାପ ବ୍ୟବହାର କରିଥିଲେ। ବିଜୟର ଖୁସି ମନାଇବା ପାଇଁ ବାଂଲାଦେଶୀ ଖେଳାଳି ମଇଦାନ ଭିତରକୁ ଧସେଇ ପଶିଆସିଥିଲେ। ଏହା ମଧ୍ୟରୁ ଜଣେ ବାଂଲାଦେଶୀ ଖେଳାଳି ପଡ଼ିଆ ଭିତରେ ଭାରତୀୟ ଖେଳାଳିଙ୍କ ପାଖରେ ପହଞ୍ଚିଥିଲା ଏବଂ ତାଙ୍କ ସାମ୍ନାରେ ଜୋର୍ ଜବରଦସ୍ତୀ ଛିଡ଼ା ହୋଇଯାଇଥିଲେ।


କେବଳ ଏତିକି ନୁହେଁ, ବାଂଲାଦେଶୀ ଖେଳାଳି କିଛି ଅଶାଳୀନ କଥା ମଧ୍ୟ କହିଥିଲେ। ଯାହା ପରେ ଭାରତୀୟ ଖେଳାଳି ବାଂଲା ଖେଳାଳିଙ୍କୁ ଦୂରକୁ ହଟାଇବାକୁ ପ୍ରୟାସ କରିଥିଲେ। ଏପରିକି ଅନ୍ୟ ଖେଳାଳିମାନେ ମଧ୍ୟ ମନଇଚ୍ଛା ଭାରତୀୟ ଖେଳାଳିଙ୍କୁ ଗାଳିଗୁଲକ କରିବାକୁ ପଛାଇ ନଥିଲେ।


ମାମଲା ଅଧିକ ଗୁରୁତର ହେବା ଦେଖି ଫିଲ୍ଡ ଅମ୍ପାୟାର ଏଥିରେ ହସ୍ତକ୍ଷେପ କରିଥିଲେ। ଅମ୍ପାୟାର ଦୁଇ ଖେଳାଳିଙ୍କୁ ପରସ୍ପରଠାରୁ ଅଲଗା କରିଥିଲେ। ତେବେ ମ୍ୟାଚ୍ ଚାଲିଥିଲା ବେଳେ ମଧ୍ୟ ବାଂଲାଦେଶ ଖେଳାଳି ଅନେକଥର ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରିଥିଲେ ଅର୍ଥାତ୍ ଯାହା ନାଇ ତାହା କହିଥିଲେ। ତେବେ ଏହି କଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ବାଂଲାଦେଶ କ୍ୟାପଟେନ୍ ଆକବର୍ ଅଲୀ, ଯିଏ ପୋଷ୍ଟ୍ ମ୍ୟାଚ୍ ପ୍ରେଜେଣ୍ଟେଶନ୍ ବେଳେ କହିଥିଲେ, ତାଙ୍କର ଖେଳାଳିମାନେ ମ୍ୟାଚ୍ ବେଳେ ଭାରତୀୟ ଖେଳାଳିଙ୍କ ପ୍ରତି ଅଶାଳୀନ ଭାଷାର ପ୍ରୟୋଗ କରିଥିଲେ। ଏଥିପାଇଁ ମଧ୍ୟ ସେ କ୍ଷମା ମାଗିଛନ୍ତି।

Related story