ଚହଲ୍‌ଙ୍କ ସଫଳ ବୋଲିଂ ପଛରେ ଏହି କାରଣ ରହିଛି

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ୍ କମାଲ୍ କରିଥିଲେ। ଚହଲ୍ ନିଜର ସ୍ପିନ୍ ଦ୍ୱାରା ଦକ୍ଷିଣ ଆଫ୍ରିକାର ଚାରିଜଣ ବ୍ୟାଟ୍ସମ୍ୟାନଙ୍କ ଶିକାର କରିଥିଲେ। ତେବେ ଚହଲଙ୍କ ଏହି ସଫଳତା ପଛର କାରଣ ହେଉଛି ଚେସ୍। ଚହଲ୍ କହିଛନ୍ତି, ଚେସ୍ ମୋତେ ଧୈର୍ଯ୍ୟବାନ ଓ ରଣନୀତି ପ୍ରସ୍ତୁତ କରିବା ଶିଖାଇଛି। ଯେତେବେଳେ ଜଣେ ଚେସ୍ ଖେଳୁଥାଏ, ସେହି ସମୟରେ ସେ ଆଗୁଆ ୧୫ରୁ ୧୬ ମୁଭ୍ ଭାବି ନେଇଥାନ୍ତି। ଏହିପରି ଭାବେ […]

CHAHAL

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 06:11 PM IST

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ୍ କମାଲ୍ କରିଥିଲେ। ଚହଲ୍ ନିଜର ସ୍ପିନ୍ ଦ୍ୱାରା ଦକ୍ଷିଣ ଆଫ୍ରିକାର ଚାରିଜଣ ବ୍ୟାଟ୍ସମ୍ୟାନଙ୍କ ଶିକାର କରିଥିଲେ। ତେବେ ଚହଲଙ୍କ ଏହି ସଫଳତା ପଛର କାରଣ ହେଉଛି ଚେସ୍।

ଚହଲ୍ କହିଛନ୍ତି, ଚେସ୍ ମୋତେ ଧୈର୍ଯ୍ୟବାନ ଓ ରଣନୀତି ପ୍ରସ୍ତୁତ କରିବା ଶିଖାଇଛି। ଯେତେବେଳେ ଜଣେ ଚେସ୍ ଖେଳୁଥାଏ, ସେହି ସମୟରେ ସେ ଆଗୁଆ ୧୫ରୁ ୧୬ ମୁଭ୍ ଭାବି ନେଇଥାନ୍ତି। ଏହିପରି ଭାବେ ଫାଫ୍ ଡ୍ୟୁପ୍ଲେସିସଙ୍କ ଭଳି ବ୍ୟାଟ୍ସମ୍ୟାନ ବିରୋଧରେ ମୁଁ ଆଗୁଆ ରଣନୀତି ପ୍ରସ୍ତୁତ କରିଥିଲି।

ତାଙ୍କୁ ଗୁଗଲୀ କିମ୍ବା ଫ୍ଲିପର୍ ଦ୍ୱାରା ଆଉଟ୍ କରିହେବ ବୋଲି ମୁଁ ଭାବିଲି। କାରଣ ଏହି ଦୁଇଟି ବଲକୁ ବୁଝିବାରେ ଡ୍ୟୁପ୍ଲେସିସ୍ ବିଫଳ ହୋଇଥିଲେ। ଫାଫଙ୍କୁ ମୁଁ ଯେଉଁଭଳି ଆଉଟ୍ କଲି, ତାହା ମୋତେ ବହୁତ ଖୁସି ଦେଇଛି। ମୁଁ ବଲକୁ ଲଗାତାର ଡ୍ରିଫ୍ଟ କରାଉଥିଲି। ଏଥିପାଇଁ ମୁଁ ଅଫ୍ ଷ୍ଟମ୍ପରେ ସ୍ଲାଇଡର୍ ପକାଇଥିଲି, ଯାହାକୁ ଫାଫ୍ ବୁଝିପାରି ନଥିଲେ।"

ଆଇପିଏଲରେ ଚହଲ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଖେଳନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପରେ ଆରସିବିର କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ମ୍ୟାଚ୍ ପରେ ଚହଲଙ୍କୁ ବେଶ୍ ପ୍ରଶଂସା କରିଥିଲେ। କୋହଲି କହିଛନ୍ତି, ଚହଲ୍ ଏଭଳି ଜଣେ ବୋଲର, ଯିଏ କୌଣସି ପରିସ୍ଥିତିରେ ବୋଲିଂ କରିବାକୁ ପ୍ରସ୍ତୁତ ଥାନ୍ତି। ଚହଲ୍ ପାୱାରପ୍ଲେ'ରେ ବୋଲିଂ କରିବା ପାଇଁ ପ୍ରସ୍ତୁତ ଥିଲେ। ଚହଲଙ୍କ ଆତ୍ମବିଶ୍ୱାସ ମୋର ବହୁତ ପସନ୍ଦ। ଅନ୍ୟ ଲୋକଙ୍କ ତୁଳନାରେ ଚହଲ୍ ସମ୍ପୂର୍ଣ୍ଣ ଭିନ୍ନ। ଚଳିତ ବିଶ୍ୱକପରେ ଚହଲ୍ ଆମ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି ବୋଲି ଚହଲ୍ କରିଛନ୍ତି।

Related story