ଆଇପିଏଲ ବନ୍ଦ କରିବା ପାଇଁ କୋର୍ଟରେ ଆବେଦନ

ବେଙ୍ଗାଲୁରୁ: ଆଇପିଏଲର ୧୩ତମ ସଂସ୍କରଣ ଉପରେ କରୋନା ଭାଇରସ ବିପଦ ସୃଷ୍ଟି କରିଛି। ଆଇପିଏଲ ବନ୍ଦ କରିବା ପାଇଁ ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଦେଶରେ ବର୍ତ୍ତମାନ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଇପିଏଲ ବନ୍ଦ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନଜୀବୀ ଜି ଆଲେକ୍ସ ବେନଜିଗର ଏଭଳି ଆବେଦନ କରିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ […]

d

Hemant Lenka
  • Published: Wednesday, 11 March 2020
  • , Updated: 11 March 2020, 04:30 PM IST

ବେଙ୍ଗାଲୁରୁ: ଆଇପିଏଲର ୧୩ତମ ସଂସ୍କରଣ ଉପରେ କରୋନା ଭାଇରସ ବିପଦ ସୃଷ୍ଟି କରିଛି। ଆଇପିଏଲ ବନ୍ଦ କରିବା ପାଇଁ ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଦେଶରେ ବର୍ତ୍ତମାନ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।

ଏହାକୁ ଦୃଷ୍ଟିରେ ରଖି ଆଇପିଏଲ ବନ୍ଦ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନଜୀବୀ ଜି ଆଲେକ୍ସ ବେନଜିଗର ଏଭଳି ଆବେଦନ କରିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ କ୍ରୀଷ୍ଣନ ରାମାସ୍ୱାମୀ ଶୁଣାଣି କରିବେ।

ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ହେଲେ ତା’ ପୂର୍ବରୁ ଏଭଳି ଆବେଦନ ନୂଆ ବିପଦ ସୃଷ୍ଟି କରିଛି। ଦେଶରେ କରୋନା ଭାଇରସ ବ୍ୟାପୁଥିବାରୁ ଲୋକଙ୍କୁ ଗୋଟିଏ ସ୍ଥାନରେ ସମବେତ ହେବାକୁ ବାରଣ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସବୁ ଦେଶକୁ ଏହି ନିୟମକୁ ପାଳନ କରିବାକୁ କହିଛି।

ଯଦି ଆଇପିଏଲ ମ୍ୟାଚ୍‌ ହେବ, ତା’ହେଲେ ହଜାର ହଜାର ଲୋକ ଷ୍ଟାଡିୟମରେ ଉପସ୍ଥିତ ରହିବ। ଏହି ସମୟରେ କରୋନା ଭାଇରସ ବ୍ୟାପିବାର ଆଶଙ୍କା ଥିବା ଆବେଦନକାରୀ ନିଜ ପିଆଇଏଲରେ ଉଲ୍ଲେଖ କରିଛନ୍ତି।

୨ ଦିନ ତଳେ ଆଇପିଏଲକୁ ସ୍ଥିଗତି ରଖାଯିବ କି ନାହିଁ ତା’ ଉପରେ ଆଲୋଚନା ଚାଲିଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ କର୍ଣ୍ଣାଟକା ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ବେଙ୍ଗାଲୁରୁରେ ହେବାକୁ ଥିବା ଆଇପିଏଲ ମ୍ୟାଚ୍‌ଗୁଡ଼ିକ ସମ୍ପର୍କରେ ସେ କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି। ବେଙ୍ଗାଲୁରୁରେ ମ୍ୟାଚ୍‌ କରାଯିବ କି ନାହିଁ, ସେନେଇ ମଧ୍ୟ ଅନୁମତି ଲୋଡ଼ିଛନ୍ତି।

Related story