ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭାରତୀୟ ପରମ୍ପରାରେ ଆଜି ଥିଲା ଅନନ୍ୟ ପର୍ବ ରାକ୍ଷୀ। ଶ୍ରଦ୍ଧା, ସମ୍ପର୍କ ଓ ସୁରକ୍ଷାର ପର୍ବ ଏହି ରକ୍ଷା ବନ୍ଧନ ଉତ୍ସବ ପରୀପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶବ୍ୟାପୀ ଶୁଭେଚ୍ଛା ଆସୁଛି। ସାଧାରଣ ମଣିଷଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଶୁଭକାମନା କରୁଛନ୍ତି। ଏହି ପରୀପ୍ରେକ୍ଷୀରେ ଦୌଡ଼ ରାଣୀ ଦୂତୀ ଚାନ୍ଦ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ମୋଦି ମଧ୍ୟ ପ୍ରତିଶୁଭେଚ୍ଛା ଜଣାଇଛନ୍ତି। Thank you for the […]

790-14

Tapas Behera
  • Published: Monday, 03 August 2020
  • , Updated: 03 August 2020, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭାରତୀୟ ପରମ୍ପରାରେ ଆଜି ଥିଲା ଅନନ୍ୟ ପର୍ବ ରାକ୍ଷୀ। ଶ୍ରଦ୍ଧା, ସମ୍ପର୍କ ଓ ସୁରକ୍ଷାର ପର୍ବ ଏହି ରକ୍ଷା ବନ୍ଧନ ଉତ୍ସବ ପରୀପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶବ୍ୟାପୀ ଶୁଭେଚ୍ଛା ଆସୁଛି। ସାଧାରଣ ମଣିଷଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଶୁଭକାମନା କରୁଛନ୍ତି। ଏହି ପରୀପ୍ରେକ୍ଷୀରେ ଦୌଡ଼ ରାଣୀ ଦୂତୀ ଚାନ୍ଦ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ମୋଦି ମଧ୍ୟ ପ୍ରତିଶୁଭେଚ୍ଛା ଜଣାଇଛନ୍ତି।

https://twitter.com/narendramodi/status/1290262030692134912?s=20

ଦୂତୀ ଲେଖିଛନ୍ତି ଯେ, ରକ୍ଷା ବନ୍ଧନ ଉତ୍ସବରେ ଆପଣଙ୍କୁ ଶୁଭେଚ୍ଛା । ଆପଣ ଦେଶର ଜଣେ ପ୍ରକୃତ ଯୋଦ୍ଧା। ଆସନ୍ତା ବର୍ଷ ଏଦେଶ ପାଇଁ ଆହୁରୀ ଖ୍ୟାତି ପ୍ରାପ୍ତ ହେଉ ସେଥିନେଇ ଚେଷ୍ଟା କରିବା।  ଆପଣଙ୍କ ନେତୃତ୍ୱ ଉପରେ ଦୃଢ଼ ବିଶ୍ୱାସ ରହିଛି। ସେଇ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଆପଣ ହିଁ ଆମକୁ ଶକ୍ତି ଯୋଗାଇ ପାରିବେ ସେ ଭରଷା ଅଛି। ପ୍ରତି ଉତ୍ତରରେ ଟ୍ୱିଟ୍‌ କରି ମୋଦି ସୌଭାଗ୍ୟ କାମନା କରିଛନ୍ତି। କଠିନ ପରିଶ୍ରମ ସହ ଦୃଢ଼ତାର ସହ ଯେଉଁମାନେ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ସେମାନଙ୍କ ପାଇଁ ମୁଁ ଗର୍ବିତ ଅନୁଭବ କରେ। ସେଥିପାଇଁ ଏ ଦେଶର ପ୍ରତିଟି ଖେଳାଳିଙ୍କ ପାଇଁ ମୁଁ ଗର୍ବିତ ବୋଲି ମୋଦି କହିଛନ୍ତି।

Related story