ପ୍ରଥମ ଭାରତୀୟ ଭାବେ ଫିଫା ସଦସ୍ୟ ହେଲେ ପ୍ର‍ଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲ୍‌ ପ୍ରଥମ ଭାରତୀୟ ଭାବେ ଫିଫା ପରିଷଦର ସଦସ୍ୟ ହୋଇଛନ୍ତି। ଫିଫା ପରିଷଦରେ ସାମିଲ ହେବା ପାଇଁ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ୪୬ଟି ଭୋଟରୁ ପ୍ରଫୁଲ୍ଲଙ୍କ ସପକ୍ଷରେ ୩୬ ଜଣ ମତ ଦେଇଥିଲେ। କ୍ୱାଲାଲମ୍ପପୁରଠାରେ ଆୟୋଜିତ ହୋଇଥିବା ୨୯ତମ ଏଏଫ୍‌ସି କଂଗ୍ରେସ ଠାରେ ଏହି ଭୋଟିଂ ହୋଇଥିଲା। ଏହି ସଦସ୍ୟତା ଦୌଡ଼ରେ ପ୍ରଫୁଲ୍ଲଙ୍କ ସମେତ ୮ ଜଣ ବ୍ୟକ୍ତି ରହିଥିଲେ। ପ୍ରଫୁଲ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଉକ୍ତ […]

r

Hemant Lenka
  • Published: Saturday, 06 April 2019
  • , Updated: 06 April 2019, 04:53 PM IST

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲ୍‌ ପ୍ରଥମ ଭାରତୀୟ ଭାବେ ଫିଫା ପରିଷଦର ସଦସ୍ୟ ହୋଇଛନ୍ତି। ଫିଫା ପରିଷଦରେ ସାମିଲ ହେବା ପାଇଁ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ୪୬ଟି ଭୋଟରୁ ପ୍ରଫୁଲ୍ଲଙ୍କ ସପକ୍ଷରେ ୩୬ ଜଣ ମତ ଦେଇଥିଲେ। କ୍ୱାଲାଲମ୍ପପୁରଠାରେ ଆୟୋଜିତ ହୋଇଥିବା ୨୯ତମ ଏଏଫ୍‌ସି କଂଗ୍ରେସ ଠାରେ ଏହି ଭୋଟିଂ ହୋଇଥିଲା।

ଏହି ସଦସ୍ୟତା ଦୌଡ଼ରେ ପ୍ରଫୁଲ୍ଲଙ୍କ ସମେତ ୮ ଜଣ ବ୍ୟକ୍ତି ରହିଥିଲେ। ପ୍ରଫୁଲ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ। ଏଫ୍‌ସିରୁ ସମୁଦାୟ ୫ ଜଣ ସଦସ୍ୟ ଫିଫା ପରିଷଦକୁ ନିର୍ବାଚିତ ହୋଇଛନ୍ତି

Related story