ଅଷ୍ଟ୍ରେଲିଆ ଓପନ ମେନ୍‌ ଡ୍ରରେ ପ୍ରଜନେଶ, ସାମ୍ନାରେ ଜୋକୋଭିଚ୍‌

ମେଲବର୍ଣ୍ଣ: ଭାରତ ଷ୍ଟାର ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଅଷ୍ଟ୍ରେଲିଆ ଓପନର ମେନ୍‌ ଡ୍ର ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ପ୍ରଜନେଶଙ୍କ ମୁକାବିଲା ଦ୍ୱିତୀୟ ରାଉଣ୍ଡରେ ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଡିଫେଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ଙ୍କ ସହ ହେବ। ଏହାପୂର୍ବରୁ ପ୍ରଜନେଶଙ୍କୁ ପ୍ରଥମ ରାଉଣ୍ଡର ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଭାରତର ଏହି ବାମହାତୀ ଟେନିସ ଖେଳାଳି ଜଣଙ୍କ ଯୋଗ୍ୟତା ପପର୍ଯ୍ୟାୟର ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ମେନ ଡ୍ରକୁ କ୍ୱାଲିଫାୟ […]

u

Hemant Lenka
  • Published: Saturday, 18 January 2020
  • , Updated: 18 January 2020, 04:08 PM IST

ମେଲବର୍ଣ୍ଣ: ଭାରତ ଷ୍ଟାର ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଅଷ୍ଟ୍ରେଲିଆ ଓପନର ମେନ୍‌ ଡ୍ର ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ପ୍ରଜନେଶଙ୍କ ମୁକାବିଲା ଦ୍ୱିତୀୟ ରାଉଣ୍ଡରେ ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଡିଫେଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ଙ୍କ ସହ ହେବ। ଏହାପୂର୍ବରୁ ପ୍ରଜନେଶଙ୍କୁ ପ୍ରଥମ ରାଉଣ୍ଡର ମ୍ୟାଚ୍‌କୁ ଜିତିବାକୁ ପଡ଼ିବ।

ଭାରତର ଏହି ବାମହାତୀ ଟେନିସ ଖେଳାଳି ଜଣଙ୍କ ଯୋଗ୍ୟତା ପପର୍ଯ୍ୟାୟର ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ମେନ ଡ୍ରକୁ କ୍ୱାଲିଫାୟ କରିଛନ୍ତି। କାରଣ ମେନ ଡ୍ରକୁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଜଣେ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ନିଜ ନାଁକୁ ପ୍ରତ୍ୟାହାର କରି ନେଇଛନ୍ତି।

ତେଣୁ ପ୍ରଜନେଶ କୌଣସି ଗ୍ରାଣ୍ଡ ସ୍ଲାମର ମେନ ଡ୍ର ଇଣ୍ଟରରେ ୫ମଥର ପାଇଁ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଗତବର୍ଷ ମଧ୍ୟ ପ୍ରଜନେଶ ଅଷ୍ଟ୍ରେଲିଆ ଓପନକୁ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ତାଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ମିଳି ନଥିଲା।

ଏବେ ପ୍ରଜନେଶ ପ୍ରଥମ ରାଉଣ୍ଡରେ ଜାପାନର ଟାଟସୁମା ଇଟୋଙ୍କୁ ଭେଟିବ। ଯଦି ସେ ଏହି ମ୍ୟାଚ୍‌ ଜିତିବେ, ତା’ହେଲେ ସେ ଜୋକୋଭିଚଙ୍କ ସହ ଲଢ଼େଇ କରିବେ।

Related story