ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଭାରୋତ୍ତୋଳନରେ ପ୍ରମିଳା ଜିତିଲେ ରୌପ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ବ୍ରହ୍ମପୁର ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ପ୍ରମିଳା କ୍ରିସାନୀ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ବୁଧବାର ଅନୁଷ୍ଠିତ ୫୫ କେଜି ବର୍ଗରେ କ୍ରିସାନୀ ମୋଟ ୧୬୨ କେଜି (୭୧ କେଜି+୯୧ କେଜି) ଭାର ଉଠାଇ ୨ୟ ସ୍ଥାନ ଅଧିକାର କରିଛନ୍ତି। ଏହି ବର୍ଗରେ ଭିବିଏସ୍‌ ପୂର୍ବ।ଞ୍ଚଳ ୟୁନିଭର୍ସିଟିର ଗୌରୀ ପାଣ୍ଡେ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି। ଗୌରୀ ମୋଟ ୧୭୨ (୭୨ କେଜି ସ୍ନାଚ୍‌ […]

pramila

Ranjit Kumar Jena
  • Published: Wednesday, 26 February 2020
  • , Updated: 26 February 2020, 10:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ବ୍ରହ୍ମପୁର ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ପ୍ରମିଳା କ୍ରିସାନୀ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ବୁଧବାର ଅନୁଷ୍ଠିତ ୫୫ କେଜି ବର୍ଗରେ କ୍ରିସାନୀ ମୋଟ ୧୬୨ କେଜି (୭୧ କେଜି+୯୧ କେଜି) ଭାର ଉଠାଇ ୨ୟ ସ୍ଥାନ ଅଧିକାର କରିଛନ୍ତି।

ଏହି ବର୍ଗରେ ଭିବିଏସ୍‌ ପୂର୍ବ।ଞ୍ଚଳ ୟୁନିଭର୍ସିଟିର ଗୌରୀ ପାଣ୍ଡେ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି। ଗୌରୀ ମୋଟ ୧୭୨ (୭୨ କେଜି ସ୍ନାଚ୍‌ ଓ ୧୦୦ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ) ଭାର ଉଠାଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୟୁନିଭର୍ସିଟି ଅଫ୍‌ କାଲିକଟର ଅଭିରାମୀ ପି. ମାଥ୍ୟୁ ୧୫୭ କେଜି (୭୧ ସ୍ନାଚ୍‌, ୮୬ କେଜି କ୍ଲିନ୍‌ ଆଣ୍ଡ ଜର୍କ) ଭାର ଉଠାଇ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସେହିପରି ପୁରୁଷ ୬୧ କେଜି ବର୍ଗରେ କବୟିତ୍ରୀ ବାହିବାଇ ଚୌଧୁରୀ ନର୍ଥ ମହାରାଷ୍ଟ୍ର ୟୁନିଭର୍ସିଟିର ଗୋବିନ୍ଦ ସୁନୀଲ ମହାଜନ ସ୍ୱର୍ଣ୍ଣ, ମହିଳା ୪୫ କେଜି ବର୍ଗରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ସାକ୍ଷୀ ପ୍ରକାଶ ମାନେ ସ୍ୱର୍ଣ୍ଣ ଏବଂ ମହିଳା ୪୯ କେଜି ବର୍ଗରେ ମାଙ୍ଗାଲୋର ୟୁନିଭର୍ସିଟିର ପ୍ରିୟଦର୍ଶିନୀ ଥୁରମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Related story