ଡେନମାର୍କ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ଡବଲ୍ସ କ୍ୱାର୍ଟରରେ ପ୍ରମୋଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତାରକା ଶଟଲର୍ ପ୍ରମୋଦ ଭଗତ ଚଳିତ ଡେନମାର୍କ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖିଛନ୍ତି। ଗତକାଲି ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ପ୍ରମୋଦ ଆଜି ଡବଲ୍ସର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ବୁଧବାର ଖେଳାଯାଇଥିବା ଡବଲ୍ସ ପ୍ରଥମ ରାଉଣ୍ଡରେ ପ୍ରମୋଦ ଓ ମନୋଜ ସରକାର ପେରୁର ପେଡ୍ରୋ ଭିନାଟି ଓ ବ୍ରାଜିଲର ରୋଜେରିଓ ଓଲିଭେରାଙ୍କୁ ୨୧-୧୪, ୨୪-୨୨ ଗେମରେ ପରାସ୍ତ କରିଛନ୍ତି। ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଯୋଡ଼ି ପ୍ରମୋଦ […]

para

Ranjit Kumar Jena
  • Published: Wednesday, 16 October 2019
  • , Updated: 16 October 2019, 07:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତାରକା ଶଟଲର୍ ପ୍ରମୋଦ ଭଗତ ଚଳିତ ଡେନମାର୍କ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖିଛନ୍ତି। ଗତକାଲି ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ପ୍ରମୋଦ ଆଜି ଡବଲ୍ସର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି।

ବୁଧବାର ଖେଳାଯାଇଥିବା ଡବଲ୍ସ ପ୍ରଥମ ରାଉଣ୍ଡରେ ପ୍ରମୋଦ ଓ ମନୋଜ ସରକାର ପେରୁର ପେଡ୍ରୋ ଭିନାଟି ଓ ବ୍ରାଜିଲର ରୋଜେରିଓ ଓଲିଭେରାଙ୍କୁ ୨୧-୧୪, ୨୪-୨୨ ଗେମରେ ପରାସ୍ତ କରିଛନ୍ତି। ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ମନୋଜ ୧୯-୨୧, ୨୧-୯, ୨୧-୧୮ ଗେମରେ ଫ୍ରାନ୍ସର ଟେଡି ଫେରାଜା ଓ ମାଥ୍ୟୁ ଥୋମାସଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ପ୍ରମୋଦ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ ଏବଂ ଡବଲ୍ସ କ୍ୱାର୍ଟରଫାଇନାଲ୍ ମୁକାବିଲା ଖେଳିବେ।

Related story