ଚାଇନା ପାରା-ବ୍ୟାଡମିଣ୍ଟନ୍: ପ୍ରମୋଦଙ୍କ ବିଜୟ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନାର ଝେଜିଆଙ୍ଗର ୟୁହାଙ୍ଗ ହାଙ୍ଗଝୁରେ ଆଜିଠାରୁ ଆରମ୍ଭ ହୋଇଛି ଚାଇନା ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ଷ୍ଟାର୍ ଶଟଲର ପ୍ରମୋଦ ଭଗତ ବିଜୟ ସହ ଶୁଭାରମ୍ଭ କରିଛନ୍ତି। ପ୍ରମୋଦ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଚାଇନାର ଫାକ୍ସିନ୍ ଉ’ଙ୍କୁ ସିଧାସଳଖ ୨୧-୧୩, ୨୧-୧୬ ଗେମରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଡବଲ୍ସରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଆରି ଅଙ୍ଗାରା ଓ […]

Pramod

Ranjit Kumar Jena
  • Published: Tuesday, 24 September 2019
  • , Updated: 24 September 2019, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନାର ଝେଜିଆଙ୍ଗର ୟୁହାଙ୍ଗ ହାଙ୍ଗଝୁରେ ଆଜିଠାରୁ ଆରମ୍ଭ ହୋଇଛି ଚାଇନା ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ଷ୍ଟାର୍ ଶଟଲର ପ୍ରମୋଦ ଭଗତ ବିଜୟ ସହ ଶୁଭାରମ୍ଭ କରିଛନ୍ତି।

ପ୍ରମୋଦ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଚାଇନାର ଫାକ୍ସିନ୍ ଉ'ଙ୍କୁ ସିଧାସଳଖ ୨୧-୧୩, ୨୧-୧୬ ଗେମରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଡବଲ୍ସରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଆରି ଅଙ୍ଗାରା ଓ ଉକୁନ୍ ରୁକାଏଣ୍ଡିଙ୍କୁ ସିଧାସଳଖ ୨୧-୧୧, ୨୨-୧୮ ଗେମରେ ହରାଇଛନ୍ତି।

ଆସନ୍ତାକାଲି ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସର ଦ୍ୱିତୀୟ ରାଉଣ୍ଡ ମୁକାବିଲା ଖେଳିବେ। ସୂଚନାଯୋଗ୍ୟ, ୨୯ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩୯ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେହିପରି ଭାରତରୁ ୧୭ଜଣ ଏବଂ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଭାଗ ନେଇଛନ୍ତି।

Related story