ଜୁନିୟର ଚୟନ ସମିତି ଅଧ୍ୟକ୍ଷ ପଦରୁ କାହିଁକି ପ୍ରସାଦ ଦେଇଥିଲେ ଇସ୍ତଫା: ଜାଣନ୍ତୁ କାରଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବତନ ବୋଲର ଭେଙ୍କଟେସ୍‌ ପ୍ରସାଦ କିଙ୍ଗ୍ସ ଅଲେଭେନ ପଞ୍ଜାବ ଦଳର ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରସାଦ ଆଇପିଏଲ୍‌-୧୧ ସିଜିନରେ ପଞ୍ଜାବ ଦଳ ସହ ଯୋଡ଼ି ହୋଇଛନ୍ତି। ପ୍ରସାଦଙ୍କ ସମେତ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର୍‌ ବ୍ରାଡ୍‌ ହଜ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଅଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରୀୟ ଜୁନିୟର ଚୟନ ସମିତି ଅଧ୍ୟକ୍ଷ ପଦରୁ ନିକଟରେ ଇସ୍ତଫା ଦେଇଥିଲେ ପ୍ରସାଦ। ଏହି ପଦରେ ସେ ୩୦ ମାସ ଧରି ରହିଥିଲେ। […]

BHeZJiuza3

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 11:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବତନ ବୋଲର ଭେଙ୍କଟେସ୍‌ ପ୍ରସାଦ କିଙ୍ଗ୍ସ ଅଲେଭେନ ପଞ୍ଜାବ ଦଳର ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରସାଦ ଆଇପିଏଲ୍‌-୧୧ ସିଜିନରେ ପଞ୍ଜାବ ଦଳ ସହ ଯୋଡ଼ି ହୋଇଛନ୍ତି। ପ୍ରସାଦଙ୍କ ସମେତ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର୍‌ ବ୍ରାଡ୍‌ ହଜ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଅଛନ୍ତି।

ଏହା ପୂର୍ବରୁ ରାଷ୍ଟ୍ରୀୟ ଜୁନିୟର ଚୟନ ସମିତି ଅଧ୍ୟକ୍ଷ ପଦରୁ ନିକଟରେ ଇସ୍ତଫା ଦେଇଥିଲେ ପ୍ରସାଦ। ଏହି ପଦରେ ସେ ୩୦ ମାସ ଧରି ରହିଥିଲେ। ଅଣ୍ଡର-19 ଦଳ ବିଶ୍ୱକପ୍‌ ବିଜୟୀ ହେବା ପରେ ପ୍ରସାଦ ପଦ ଛାଡ଼ିବା ସମସ୍ତଙ୍କୁ ଚକିତ କରିଥିଲା। ସେହି ସମୟରେ ବୋର୍ଡ ପ୍ରସାଦଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା।

ପ୍ରସାଦ ୧୯୬୯ ମସିହା ଅଗଷ୍ଟ ୫ ତାରିଖରେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୩୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୯୬ ୱିକେଟ୍‌ ହାସଲ କରିଛନ୍ତି। ସେହିପରି ୧୬୧ ଦିନିକିଆ ମ୍ୟାଚ୍‌ରୁ ୧୬୯ ୱିକେଟ୍‌ ହାସଲ କରିଛନ୍ତି। ସେ ୧୯୯୪ ମସିହା ଏପ୍ରିଲ ୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ ଏବଂ ଜୁନ ୬ ତାରିଖ ୧୯୯୬ ମସିହାରେ ଇଂଲଣ୍ଡ  ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ।

Related story