ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି: ଜିମ୍ବାୱେକୁ ୫୪ ରନରେ ହରାଇଲା ଭାରତ

ହରାରେ: ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଦଳ ଦିନିକିଆରେ ୩-୦ରେ ସିରିଜ୍ ପୋଛି ସାରିଥିବା ବେଳେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବି ବିଜୟ ଅଭିଯାନକୁ ଜାରି ରଖିଛି। ଆଜି ଖେଳା ଯାଇଥିବା ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଅକ୍ସର ପଟେଲଙ୍କ ୩ଟି ୱିକେଟ୍ ଓ ହରଭଜନ ସିଂହଙ୍କ ୨ଟି ୱିକେଟ୍ ବଳରେ ଭାରତ ୫୪ ରନରେ ଜିମ୍ବାୱେକୁ ହରାଇ ଦେଇଛି। ଏହି ପରାଜୟ ସହିତ ହରାରେରେ ଜିମ୍ବାୱେ ଲଗାତାର ୯ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ହାରି ସାରିଲାଣି।  ୪ […]

axar

axar

Rakesh Mallick
  • Published: Friday, 17 July 2015
  • Updated: 17 July 2015, 04:12 PM IST

Sports

Latest News

ହରାରେ: ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଦଳ ଦିନିକିଆରେ ୩-୦ରେ ସିରିଜ୍ ପୋଛି ସାରିଥିବା ବେଳେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବି ବିଜୟ ଅଭିଯାନକୁ ଜାରି ରଖିଛି। ଆଜି ଖେଳା ଯାଇଥିବା ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଅକ୍ସର ପଟେଲଙ୍କ ୩ଟି ୱିକେଟ୍ ଓ ହରଭଜନ ସିଂହଙ୍କ ୨ଟି ୱିକେଟ୍ ବଳରେ ଭାରତ ୫୪ ରନରେ ଜିମ୍ବାୱେକୁ ହରାଇ ଦେଇଛି। ଏହି ପରାଜୟ ସହିତ ହରାରେରେ ଜିମ୍ବାୱେ ଲଗାତାର ୯ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ହାରି ସାରିଲାଣି।  ୪ ଓଭରରେ ୧୭ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ଅକ୍ସର ପଟେଲଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା।  ଓପନର୍ ଆଜିଙ୍କ୍ୟ ରାହାଣେ ଓ ମୂରଲୀ ବିଜୟ ଯଥାକ୍ରମେ ୩୩ (୩୨ ବଲ୍, ୨ ଚୌକା) ଓ ୩୪ (୧୯ ବଲ, ୫ ଚୌକା) ରନ୍ କରିଥିଲେ। ରବୀନ ଉଥାପ୍ପା ନଟ୍ ଆଉଟ୍ ରହି ୩୫ଟି ବଲରୁ ୩୯ ରନ୍ ସଂଗ୍ରହ କରିଥିଲେ। ମନୀଷ ପାଣ୍ଡେ ୧୯ରନ୍, କେଦାର ଯାଦବ ୯, ଷ୍ଟୁଆର୍ଟ ବିନ୍ନୀ ୧୧ରନ୍ କରିଥିଲେ। ହରଭଜନ ସିଂହ ମାତ୍ର ୩ଟି ବଲ୍ ଖେଳି ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍ ରହି ୮ ରନ୍ ସଂଗ୍ରହ କରିଥିଲେ।

ଜିମ୍ବାୱେ ପକ୍ଷରୁ କ୍ରିସ୍ ମୋଫୁ ୪ ଓଭରରେ ୩୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ସେହିପରି ଗ୍ରାମ୍ କ୍ରେମର ୪ ଓଭରରେ ୨୦ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

୧୭୯ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଜିମ୍ବାୱେ ଟିମ୍ ପୂରା ୨୦ ଓଭର ଖେଳି ମାତ୍ର ୧୨୪ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ୭ଟି ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ଓପନର ହାମିଲଟନ୍ ମାସାକାଜା। ସେ ୨୪ଟି ବଲରୁ ୨୮ ରନ୍ ସଂଗ୍ରହ କରିଥିଲେ। ଏଥିରେ ଥିଲା ଦୁଇଟି ଛକା ଓ ଗୋଟିଏ ଚୌକା। ଅନ୍ୟତମ ଓପନର ଚାମୁ ଚିଭାଭା ୨୭ଟି ବଲରୁ ୨୩ ରନ୍ କରିଥିଲେ। ସେହିପରି ଚାଲର୍ସ କୋଭେଣ୍ଟ୍ରି ୧୦ଟି ବଲରେ ୧୦ ରନ କରିଥିଲେ।

ଭୁବନେଶ୍ୱର କୁମାର ୪ ଓଭରରେ ୨୨ ରନ୍ ଦେଇ କୌଣସି ୱିକେଟ୍ ପାଇନଥିଲେ। ମୋହିତ ଶର୍ମା ୩ ଓଭର ବୋଲିଂ କରି ୮ରନ୍ ଦେଇଥିଲେ ଓ ଗୋଟିଏ ୱିକେଟ୍ ନେଇଥିଲେ। ଅକ୍ସର ପଟେଲ ୪ ଓଭରରେ ୧୭ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ହରଭଜନ ସିଂହ ୪ ଓଭରରେ ୨୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଷ୍ଟୁଆର୍ଟ ବିନ୍ନି ୨ ଓଭର ବୋଲିଂ କରି ୮ ରନ୍ ଦେଇଥିଲେ। ତେବେ କୌଣସି ୱିକେଟ୍ ପାଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story