‘ସକାଳେ ଜୋତାର ଫିତା ବାନ୍ଧିବାକୁ ନଇଁ ପାରୁନଥିଲେ, ଆଉ ତା’ପରେ…’

ସିଡନୀ: ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତଙ୍କ ଶତକୀୟ ଭାଗିଦାରୀ ଭାଙ୍ଗିବା ପରେ ଭାରତର ବିଜୟ ଆଶା କ୍ଷୀଣ ହେବାରେ ଲାଗିଥିଲା। କିନ୍ତୁ ଏହା ପରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ରିଜରେ ପାଦ ଥାପିଥିଲେ, ଯାହା ପରେ ବାଜି ପଲଟିଯାଇଥିଲା ଏବଂ ଭାରତ ତୃତୀୟ ଟେଷ୍ଟ ଡ୍ର’ କରାଇବାରେ ସଫଳ ହୋଇଛି। ସିଡନୀ ଟେଷ୍ଟ ଡ୍ର’ ହେବା ପରେ ଅଶ୍ୱିନଙ୍କ ପତ୍ନୀ ପ୍ରୀତି ଟୁଇଟ୍ କରି ନିଜ ପତି […]

ind

Ranjit Kumar Jena
  • Published: Monday, 11 January 2021
  • , Updated: 12 January 2021, 10:47 AM IST

ସିଡନୀ: ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତଙ୍କ ଶତକୀୟ ଭାଗିଦାରୀ ଭାଙ୍ଗିବା ପରେ ଭାରତର ବିଜୟ ଆଶା କ୍ଷୀଣ ହେବାରେ ଲାଗିଥିଲା। କିନ୍ତୁ ଏହା ପରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ରିଜରେ ପାଦ ଥାପିଥିଲେ, ଯାହା ପରେ ବାଜି ପଲଟିଯାଇଥିଲା ଏବଂ ଭାରତ ତୃତୀୟ ଟେଷ୍ଟ ଡ୍ର' କରାଇବାରେ ସଫଳ ହୋଇଛି। ସିଡନୀ ଟେଷ୍ଟ ଡ୍ର' ହେବା ପରେ ଅଶ୍ୱିନଙ୍କ ପତ୍ନୀ ପ୍ରୀତି ଟୁଇଟ୍ କରି ନିଜ ପତି ଗତ ରାତିରେ କେତେ ଯନ୍ତ୍ରଣାରେ ଥିଲେ, ସେକଥା ଶେଆର୍ କରିଛନ୍ତି।

https://twitter.com/prithinarayanan/status/1348543629892018178?s=20

ଅଶ୍ୱିନଙ୍କ ପତ୍ନୀ ପ୍ରୀତି ଟୁଇଟ୍ କରି ଲେଖିଛନ୍ତି, ଅଶ୍ୱିନ୍ ଗତ ରାତିରେ ଭୟଙ୍କର ପିଠି ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ଏହି ଯନ୍ତ୍ରଣା ସହ ଶୋଇଥିଲେ। ଆଜି ଯେତେବେଳେ ସେ ସକାଳ ଉଠିଲେ, ଠିକ୍ ଭାବେ ଛିଡ଼ା ହୋଇପାରୁନଥିଲେ। ନିଜ ଜୋତାର ଫିତା ବାନ୍ଧିବା ପାଇଁ ନଇଁ ପାରୁନଥିଲେ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଯେ ଅଶ୍ୱିନଙ୍କୁ ଏତେ ଶକ୍ତି କେଉଁଠୁ ମିଳିଲା। ଏହା ପରେ ପ୍ରୀତି ଆଉଏକ ଟୁଇଟ୍ କରି ଲେଖିଲେ, ଏବେ ପ୍ୟାକିଂରେ ମୋତେ କିଏ ସହାୟତା କରିବ।

https://twitter.com/ashwinravi99/status/1348557920460558337?s=20

ପ୍ରୀତିଙ୍କ ଏହି ଟୁଇଟ୍ ପଢ଼ି ଅଶ୍ୱିନ ଖୁବ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏପରିକି ଅଶ୍ୱିନ୍ ସର୍ବଦା ସାଥ୍ ଦେଉଥିବାରୁ ପ୍ରୀତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସିଡନୀ ଟେଷ୍ଟର ପଞ୍ଚମ ଦିବସରେ ହନୁମା ବିହାରୀ ମଧ୍ୟ ଆହତ ହୋଇଥିଲେ। ବିହାରୀ ରନ୍ ନେଉଥିବା ବେଳେ ପାଦର ମାଂସପେଶୀ ଟାଣି ହୋଇଯାଇଥିଲା। ଏହା ସତ୍ତ୍ୱେ ବିହାରୀ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ।

ବିହାରୀ ଓ ଅଶ୍ୱିନ୍ ଷଷ୍ଠ ୱିକେଟ୍ ପାଇଁ ୬୨ ରନର ଅପରାଜିତ ପାର୍ଟନରଶିପ୍ କରିଛନ୍ତି। ବିହାରୀ ୧୬୧ ବଲରେ ୨୩ ରନ୍ ଓ ଅଶ୍ୱିନ୍ ୧୨୮ ବଲରେ ୩୯ ରନ୍ କରି ଅପରାଜିତ ଥିଲେ। ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରିଥିବା ବେଳେ ଭାରତ ୨୪୪ ରନ୍ କରି ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ଦ୍ୱିତିୟ ଇନିଂସରେ ୬ ୱିକେଟ ହରାଇ ୩୧୨ ରନ୍ କରି ଭାରତକୁ ୪୦୭ ରନର ଟାର୍ଗେଟ୍ ଦେଇଥିଲା।

Related story