IPL-11: ଚାମ୍ପିୟନ ଚେନ୍ନାଇକୁ ମିଳିଲା ୨୦ କୋଟି: ପରାସ୍ତ ହୋଇ ମଧ୍ୟ ହାଇଦ୍ରାବାଦ ଖାତାରେ ସେତିକି ପୁରସ୍କାର ଅର୍ଥ  

ଶେଷରେ ହାଇଦ୍ରାବାଦକୁ ହରାଇ ୨୦୧୮ ଆଇପିଏଲ୍‌ ଚାମ୍ପିୟନ ହୋଇଛି ସିଏସ୍‌କେ। ଏହାସହ ତୃତୀୟ ଥର ପାଇଁ ଆଇପିଏଲ୍‌ ଟାଇଟାଲ୍‌ କବ୍‌ଜା କରିବାର ଗୌରବ ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହା ପୂର୍ବରୁ ଏକମାତ୍ର ଟିମ୍‌ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ନାଁରେ ଏହି ରେକର୍ଡ ରହିଥିଲା। ଚେନ୍ନାଇ ସୁପର୍ କିଙ୍ଗସ୍ ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ୩ ଥର ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ପୂର୍ବରୁ ୨୦୧୦ ଓ ୨୦୧୧ରେ ଚାମ୍ପିଅନ୍ ହେବା ସହ […]

SRH_8

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 01:17 AM IST

ଶେଷରେ ହାଇଦ୍ରାବାଦକୁ ହରାଇ ୨୦୧୮ ଆଇପିଏଲ୍‌ ଚାମ୍ପିୟନ ହୋଇଛି ସିଏସ୍‌କେ। ଏହାସହ ତୃତୀୟ ଥର ପାଇଁ ଆଇପିଏଲ୍‌ ଟାଇଟାଲ୍‌ କବ୍‌ଜା କରିବାର ଗୌରବ ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହା ପୂର୍ବରୁ ଏକମାତ୍ର ଟିମ୍‌ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ନାଁରେ ଏହି ରେକର୍ଡ ରହିଥିଲା। ଚେନ୍ନାଇ ସୁପର୍ କିଙ୍ଗସ୍ ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ୩ ଥର ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ପୂର୍ବରୁ ୨୦୧୦ ଓ ୨୦୧୧ରେ ଚାମ୍ପିଅନ୍ ହେବା ସହ ୨୦୦୮, ୨୦୧୨, ୨୦୧୩, ୨୦୧୫ରେ ରନର୍ସଅପ୍ ହୋଇଥିଲା ସିଏସ୍‌କେ।

ଆଇପିଏଲ୍‌ ୧୧ ସିଜିନର ଚାମ୍ପିୟନ ସିଏସ୍‌କେ ଟିମ୍‌କୁ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି। ସେହିପରି ରନର୍ସପ୍‌ ଟିମ୍‌ ହାଇଦ୍ରାବାଦକୁ ପୁରସ୍କାର ରାଶି ଭାବେ ୧୨.୫ କୋଟି ଟଙ୍କା ମିଲିଛି। ଏହା ବ୍ୟତୀତ ଭିନ୍ନ ଭିନ୍ନ ବର୍ଗରେ ଏହି ଦଳର ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ହାଇଦ୍ରାବାଦ ଅଧିନାୟକ ୱିଲିୟମସନ ପ୍ରତିଯୋଗିତାରେ ସର୍ବାଧିକ ସ୍କୋର୍‌ କରିଥିବାରୁ ତାଙ୍କୁ ଅରେଞ୍ଜ କ୍ୟାପ୍‌ ମିଳିଛି। ଯେଉଁଥି ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

କେବଳ ଏତିକି ନୁହେଁ ଫାଇନାଲ ଖେଳିଥିବାରୁ ହାଇଦ୍ରାବଦ ଟିମ୍‌ର ସମସ୍ତ ଖେଳାଳିଙ୍କ ସହ ଟିମ୍‌ ମେମ୍ବରଙ୍କୁ ମଧ୍ୟ ପୁରସ୍କାର ରାଶି ସହ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମସ୍ତ ପୁରସ୍କାର ରାଶିକୁ ଯଦି ଲକ୍ଷ୍ୟ କରାଯାଏ ତେବେ ହାଇଦ୍ରାବାଦକୁ ପାଖାପାଖି ୨୦ କୋଟି ଟଙ୍କା ମିଳିଛି।

Related story