ବିରାଟ୍‌ ବାହିନୀ ବିଶ୍ୱକପ୍‌ ଜିତିଲେ ନିର୍ମାଣ ହେବ ଫିଲ୍ମ

ଲଣ୍ଡନ: ୨୦୧୯ ବିଶ୍ୱକପ୍‌ରେ ଏଯାଏ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ଟି ଜିତିଲେ ଦଳ ସିଧାସଳଖ ସେମି ଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବ। ତେବେ ଯଦି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତି ନିଏ, ତା’ହେଲେ ବିରାଟ୍‌ ବାହିନୀ ଉପରେ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବ। ଆଜି ଏ ସମ୍ପର୍କରେ ଫିଲ୍ମ ପ୍ରଯୋଜକ ମଧୁ ମନତେନା ଘୋଷଣା କରିଛନ୍ତି। ମଧୁ ଏବେ କବିର ଖାନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ‘୮୩’ର […]

wew

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 08:53 PM IST

ଲଣ୍ଡନ: ୨୦୧୯ ବିଶ୍ୱକପ୍‌ରେ ଏଯାଏ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ଟି ଜିତିଲେ ଦଳ ସିଧାସଳଖ ସେମି ଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବ। ତେବେ ଯଦି ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତି ନିଏ, ତା’ହେଲେ ବିରାଟ୍‌ ବାହିନୀ ଉପରେ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବ। ଆଜି ଏ ସମ୍ପର୍କରେ ଫିଲ୍ମ ପ୍ରଯୋଜକ ମଧୁ ମନତେନା ଘୋଷଣା କରିଛନ୍ତି।

ମଧୁ ଏବେ କବିର ଖାନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା '୮୩'ର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଭାରତ ଐତିହାସିକ ଲର୍ଡସରେ ୧୯୮୩ରେ ବିଶ୍ୱକପ୍‌ ଜିତିଥିଲା। କପିଲ ଦେବ ଭାରତକୁ ପ୍ରଥମ ବିଶ୍ୱକପ୍‌ ଆଣି ଦେଇଥିବାରୁ ମଧୁ ଓ କବିର ଏହା ଉପରେ ଫିଲ୍ମ ନିର୍ମାଣ କରୁଛନ୍ତି।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରଣବୀର ସିଂହ ରହିଛନ୍ତି। ଏବେ ଏହାର ଶୁଟିଂ ଇଂଲଣ୍ଡରେ ଫୂଳ ଦମରେ ଚାଲିଛି। ମଧୁ କହିଛନ୍ତି, “୧୯୮୩ ସ୍ମୃତିକୁ ମନେପକାଇବା ପାଇଁ ଆମେ ୮୩ ନିର୍ମାଣ କରୁଛୁ। ଯଦି ଟିମ୍‌ ଇଣ୍ଡିଆ ୨୦୧୯ରେ ମଧ୍ୟ ବିଶ୍ୱକପ୍‌ ଜିତିନିଏ, ତା’ହେଲେ ଆମେ ଆଉ ଏକ ଫିଲ୍ମ ନିର୍ମାଣ କରିବୁ। ଏଥିପାଇଁ ଆମେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛୁ।

Related story