ପିଏସ୍‌ଏ ମାନ୍ୟତା: ୧୦ମ ସ୍ଥାନକୁ ଉଠିଲେ ଚିନାପ୍ପା

ନୂଆଦିଲ୍ଲୀ: ପ୍ରଫେସ୍‌ନାଲ ସ୍କ୍ୱାସ ଆସୋସିଏସନ (ପିଏସ୍‌ଏ) ପକ୍ଷରୁ ପ୍ରକାଶିତ ମହିଳା ମାନ୍ୟତାରେ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତୀୟ ସ୍କ୍ୱାସ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା। ତାଲିକାର ୧୯ତମ ସ୍ଥାନରେ ଅନ୍ୟତମ ଭାରତୀୟ ଦୀପିକା ପାଲ୍ଲିକଲ କାର୍ଥିକ୍ ସ୍ଥିର ରହିଛନ୍ତି। ଚିନାପ୍ପା ୨ଟି ସ୍ଥାନ ଉପରକୁ ଉଠି ମାନ୍ୟତା ତାଲିକାରେ ୧୨ତମ ସ୍ଥାନରୁ ୧୦ତମ ସ୍ଥାନକୁ ଉଠିଛନ୍ତି। ପୁରୁଷ ମାନ୍ୟତାରେ ୧୭ତମ ସ୍ଥାନରେ ଥିବା ସୌରଭ ଘୋଷାଲ ୨୧ ତମ ସ୍ଥାନକୁ ଖସିଛନ୍ତି। ସେହିପରି ମହେଶ […]

joshna-chinappa

Rakesh Mallick
  • Published: Sunday, 11 September 2016
  • , Updated: 11 September 2016, 07:23 PM IST

ନୂଆଦିଲ୍ଲୀ: ପ୍ରଫେସ୍‌ନାଲ ସ୍କ୍ୱାସ ଆସୋସିଏସନ (ପିଏସ୍‌ଏ) ପକ୍ଷରୁ ପ୍ରକାଶିତ ମହିଳା ମାନ୍ୟତାରେ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତୀୟ ସ୍କ୍ୱାସ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା। ତାଲିକାର ୧୯ତମ ସ୍ଥାନରେ ଅନ୍ୟତମ ଭାରତୀୟ ଦୀପିକା ପାଲ୍ଲିକଲ କାର୍ଥିକ୍ ସ୍ଥିର ରହିଛନ୍ତି।

ଚିନାପ୍ପା ୨ଟି ସ୍ଥାନ ଉପରକୁ ଉଠି ମାନ୍ୟତା ତାଲିକାରେ ୧୨ତମ ସ୍ଥାନରୁ ୧୦ତମ ସ୍ଥାନକୁ ଉଠିଛନ୍ତି।

ପୁରୁଷ ମାନ୍ୟତାରେ ୧୭ତମ ସ୍ଥାନରେ ଥିବା ସୌରଭ ଘୋଷାଲ ୨୧ ତମ ସ୍ଥାନକୁ ଖସିଛନ୍ତି। ସେହିପରି ମହେଶ ମଙ୍ଗୋନାକର ୬୦ତମ ସ୍ଥାନକୁ ଉଠିଥିବା ବେଳେ ବିକ୍ରମ ମାଲହୋତ୍ରା ୭୩ତମ ସ୍ଥାନରେ ରହିଛନ୍ତି। ଏହାସହ ମହିଳା ତାଲିକାରେ ୭୯ ତମ ସ୍ଥାନକୁ ହରିନ୍ଦର ପାଲ ସାନ୍ଧୁ ଉଠିଥିବା ବେଳେ ସଚିକା ଇନ୍‌ଗେଲ ୮୪ତମ ସ୍ଥାନକୁ ଖସିଛନ୍ତି।

Related story