ଅମ୍ପାୟାରଙ୍କ ନିଷ୍ପତ୍ତିକୁ ମାନିଲେନି ଶୁବମାନ୍ ଗିଲ୍

ମୋହାଲି: ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ ଓ ପଞ୍ଜାବ ରଣଜୀ ମ୍ୟାଚର ପ୍ରଥମ ଦିବସରେ ଏକ ବିବାଦ ଦେଖା ଦେଇଛି। ପଞ୍ଜାବ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ନିଜକୁ ଆଉଟ୍ ଦେବା ନିଷ୍ପତ୍ତିରେ ଅମ୍ପାୟାରଙ୍କ ପ୍ରତି ଖରାପ ଶବ୍ଦର ବ୍ୟବହାର କରିଛନ୍ତି। ତେବେ ବଡ଼ କଥା ହେଉଛି ଗିଲଙ୍କ ଏହି ବ୍ୟବହାର ପରେ ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇଥିଲେ, ଯାହାକୁ ନେଇ ଦିଲ୍ଲୀ ଟିମ୍ ଅସନ୍ତୋଷ ହୋଇଥିଲା। ମ୍ୟାଚରେ ପଞ୍ଜାବ ଟିମ୍ ପ୍ରଥମେ ବ୍ୟାଟିଂ […]

gill

Ranjit Kumar Jena
  • Published: Friday, 03 January 2020
  • , Updated: 03 January 2020, 09:30 PM IST

ମୋହାଲି: ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ ଓ ପଞ୍ଜାବ ରଣଜୀ ମ୍ୟାଚର ପ୍ରଥମ ଦିବସରେ ଏକ ବିବାଦ ଦେଖା ଦେଇଛି। ପଞ୍ଜାବ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ନିଜକୁ ଆଉଟ୍ ଦେବା ନିଷ୍ପତ୍ତିରେ ଅମ୍ପାୟାରଙ୍କ ପ୍ରତି ଖରାପ ଶବ୍ଦର ବ୍ୟବହାର କରିଛନ୍ତି। ତେବେ ବଡ଼ କଥା ହେଉଛି ଗିଲଙ୍କ ଏହି ବ୍ୟବହାର ପରେ ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇଥିଲେ, ଯାହାକୁ ନେଇ ଦିଲ୍ଲୀ ଟିମ୍ ଅସନ୍ତୋଷ ହୋଇଥିଲା।

ମ୍ୟାଚରେ ପଞ୍ଜାବ ଟିମ୍ ପ୍ରଥମେ ବ୍ୟାଟିଂ କରୁଥିଲା। ସୁବୋଧ ଭାଟିଙ୍କ ବଲରେ ୱିକେଟ୍ ପଛରେ କ୍ୟାଚ୍ ହେବା ପରେ ଶୁବମାନ୍ କ୍ରିଜକୁ ଛାଡ଼ିବାକୁ ମନା କରିଥିଲେ। ଏହା ମଧ୍ୟରେ ଅମ୍ପାୟାରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ଦୁଇ ଫିଲ୍ଡ ଅମ୍ପାୟାର କିଛି ସମୟ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି ବଦଳାଇଥିଲେ, ସେହି ସମୟରେ ଗିଲ୍ ୧୦ ରନରେ ବ୍ୟାଟିଂ କରୁଥିଲେ। କିନ୍ତୁ ଏହା ପରେ ଗିଲ୍ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ। ସେ ୪୧ ବଲରେ ୨୩ ରନ୍ କରି ସିମରନଜିତ୍ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ।

ତେବେ ଗିଲଙ୍କ ଆଉଟ୍ ନେଇ ଅମ୍ପାୟାର ଯେଉଁ ନିଷ୍ପତ୍ତି ବଦଳାଇଲେ, ତାହା ଦିଲ୍ଲୀ ଟିମକୁ ନିରାଶ କରିଥିଲା। ଏହି ନିଷ୍ପତ୍ତି ବିରୋଧରେ କିଛି ଖେଳାଳି ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ, ଯେଉଁକାରଣରୁ ମ୍ୟାଚ୍ ପ୍ରାୟ ୧୦ ମିନିଟ୍ ବନ୍ଦ ରହିଥିଲା। ଶେଷ ମ୍ୟାଚ୍ ରେଫରୀ ପି. ରଙ୍ଗନାଥନଙ୍କ ହସ୍ତକ୍ଷେପ ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା।

ଏ ନେଇ ଦିଲ୍ଲୀ ଟିମର ମ୍ୟାନେଜର ବିବେକ ଖୁରାନ୍ନା କହିଛନ୍ତି, ସାମ୍ନାରେ ଛିଡ଼ା ହୋଇଥିବା ଅମ୍ପାୟାର ମହମ୍ମଦ ରଫି ଗିଲଙ୍କୁ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ନିଷ୍ପତ୍ତି ଦେଇଥିଲେ। ଏହା ପରେ ଗିଲ୍ ଅମ୍ପାୟାରଙ୍କ ନିକଟକୁ ଯାଇ ନିଷ୍ପତ୍ତି ବଦଳାଇବାକୁ କହିଥିଲେ। ଅମ୍ପାୟାର ସ୍କୋୟାର ଲେଗ୍ ଅମ୍ପାୟାର ପଶ୍ଚିମ ପାଠକଙ୍କ ସହ କଥାବାର୍ତ୍ତା କରି ନିଜ ନିଷ୍ପତ୍ତି ବଦଳାଇଥିଲେ।

Related story