ପଞ୍ଜାବର ବାଜିମାତ୍‌: ରାଜସ୍ଥାନ ପାଇଁ ମୁସ୍କିଲ ବଢ଼ିଲା

ଇନ୍ଦୋର ଠାରେ ଖେଳାଯାଇଥିବା ଆଇପିଏଲର ୩୮ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬ୱିକେଟ୍‌ରେ ପରାସ୍ତ କରିଛ ପଞ୍ଜାବ। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରିନେଇଛି। ଏହି ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରାହୁଲ ମାତ୍ର ୫୪ ବଲ୍‌ରେ ୮୪ ରନ୍‌ର […]

555_1525631361_618x347

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 12:05 AM IST

ଇନ୍ଦୋର ଠାରେ ଖେଳାଯାଇଥିବା ଆଇପିଏଲର ୩୮ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬ୱିକେଟ୍‌ରେ ପରାସ୍ତ କରିଛ ପଞ୍ଜାବ। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରିନେଇଛି। ଏହି ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରାହୁଲ ମାତ୍ର ୫୪ ବଲ୍‌ରେ ୮୪ ରନ୍‌ର ଇଂନିସ ଖେଳି ପଞ୍ଜାବକୁ ଜିତାଇଥିଲେ। ଏହି ବିଜୟ ସହ ପଞ୍ଜାବ ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ୯ଟି ମ୍ୟାଚ୍‌ରୁ ୬ଟିରେ ପରାସ୍ତ ହୋଇ ୬ ଅଙ୍କ ସହ ପଏଣ୍ଟ ଟେବୁଲରେ ସବା ତଳେ ଅଛି।

Related story