କରୋନା ପାଇଁ ୧୦ଲକ୍ଷ ଟଙ୍କା ଦେଲେ ପିଭି ସିନ୍ଧୁ

ହାଇଦ୍ରାବାଦ: କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଆଗକୁ ଆସିଛନ୍ତି ୱାର୍ଲ୍ଡ ଚାମ୍ପିୟନ୍ ଭାରତୀୟ ମହିଳା ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ସିନ୍ଧୁ ଏହି ଭାଇରସରେ ନିଜର ଯୋଗଦାନ ପାଇଁ ୧୦ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ଏହି ରାଶି ୫ଲକ୍ଷ ଟଙ୍କା ଲେଖାଏ ଆକାରରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ରିଲିଫ ଫଣ୍ଡକୁ ଦାନ କରିବେ। ସିନ୍ଧୁ ଟ୍ୱିଟ୍ କରି କହିଛନ୍ତି, କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ମୁଁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ […]

sindhu

Ranjit Kumar Jena
  • Published: Thursday, 26 March 2020
  • , Updated: 26 March 2020, 05:20 PM IST

ହାଇଦ୍ରାବାଦ: କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଆଗକୁ ଆସିଛନ୍ତି ୱାର୍ଲ୍ଡ ଚାମ୍ପିୟନ୍ ଭାରତୀୟ ମହିଳା ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ସିନ୍ଧୁ ଏହି ଭାଇରସରେ ନିଜର ଯୋଗଦାନ ପାଇଁ ୧୦ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ଏହି ରାଶି ୫ଲକ୍ଷ ଟଙ୍କା ଲେଖାଏ ଆକାରରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ରିଲିଫ ଫଣ୍ଡକୁ ଦାନ କରିବେ।

ସିନ୍ଧୁ ଟ୍ୱିଟ୍ କରି କହିଛନ୍ତି, କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ମୁଁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫ଲକ୍ଷ ଟଙ୍କା ଲେଖାଏ ଦାନ କରୁଛି। ଏହା ପୂର୍ବରୁ ସାଉଥ୍ ସୁପରଷ୍ଟାର୍ ପବନ କଲ୍ୟାଣ ମଧ୍ୟ ଦୁଇ ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି।


ସୂଚନାଯୋଗ୍ୟ, ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ନିଜ ରାଙ୍କିଙ୍ଗ୍ ଆଧାରରେ ଟୋକିଓ ଗେମ୍ସ ପାଇଁ ଟିକେଟ୍ କାଟିଥିଲେ। କିନ୍ତୁ ତାଙ୍କୁ ଏବେ ଦ୍ୱିତୀୟ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଆହୁରି ବର୍ଷେ ଅପେକ୍ଷା କରିବାକୁ ପଡ଼ିବ। ଚଳିତ ମାସରେ ବିଡବ୍ଲ୍ୟୁଏଫ୍ ସମସ୍ତ ୱାର୍ଲ୍ଡ ଟୁର୍ ଏବଂ ଅନ୍ୟାନ୍ୟା ଟୁର୍ଣ୍ଣାମେଣ୍ଟକୁ ମାର୍ଚ୍ଚ ୧୬ରୁ ଏପ୍ରିଲ୍ ୧୨ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ୍ କରିଛି।

ସିନ୍ଧୁଙ୍କ ବ୍ୟତୀତ ଭାରତର କିଛି ଅନ୍ୟ କ୍ରୀଡ଼ାବିତ୍ ଯାଥା ରେସଲର୍ ବଜରଙ୍ଗ ପୁନିଆ ନିଜର ୬ମାସର ଦରମା, ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ୫୦ଲକ୍ଷ ଟଙ୍କା, ସାନିଆ ମିର୍ଜା ଖାଦ୍ୟ ତଥା ଆବଶ୍ୟକ ସାମଗ୍ରୀ ଦାନ କରିବାକୁ ଘୋଷଣା କରିଛନ୍ତି।

Related story