ଚୀନ୍‌ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ବେଜିଂ: ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ମହିଳା ଶଟଲର୍‌ ପିଭି ସିନ୍ଧୁ। ସେ ପ୍ରଥମ ମ୍ୟାଚ୍‌ରେ ରୁଷର ଇଭଜେନିୟା କୋଷ୍ଟେସ୍କୟଙ୍କୁ ସିଧାସଳଖ ୨-୦ ସେଟ୍‌ରେ ପରାସ୍ତ କରିଛନ୍ତି। ୨୯ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ସିନ୍ଧୁ ଆରମ୍ଭରୁ ହିଁ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟ୍‌କୁ ୨୧-୧୩ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌ରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ। ଇଭଜେନିୟା ସିନ୍ଧୁଙ୍କୁ ଏହି ସେଟ୍‌କୁ ସହଜରେ […]

u

Hemant Lenka
  • Published: Tuesday, 06 November 2018
  • , Updated: 06 November 2018, 08:02 PM IST

ବେଜିଂ: ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ମହିଳା ଶଟଲର୍‌ ପିଭି ସିନ୍ଧୁ। ସେ ପ୍ରଥମ ମ୍ୟାଚ୍‌ରେ ରୁଷର ଇଭଜେନିୟା କୋଷ୍ଟେସ୍କୟଙ୍କୁ ସିଧାସଳଖ ୨-୦ ସେଟ୍‌ରେ ପରାସ୍ତ କରିଛନ୍ତି।
୨୯ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ସିନ୍ଧୁ ଆରମ୍ଭରୁ ହିଁ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟ୍‌କୁ ୨୧-୧୩ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌ରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ।

ଇଭଜେନିୟା ସିନ୍ଧୁଙ୍କୁ ଏହି ସେଟ୍‌କୁ ସହଜରେ ଜିତିବାକୁ ଦେଇ ନଥିଲେ। ତଥାପି ସିନ୍ଧୁ ନିଜର ଅଭିଜ୍ଞତା ବଳରେ ଶଟ୍‌ ଖେଳି ସେଟ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଫଳରେ ସେ ସିଧାସଳଖ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ ମହିଳା ଡବଲ୍ସରେ ଭାରତର ସିକ୍କି ରେଡ୍ଡି ଓ ଅଶ୍ୱିନ୍‌ ପୋନ୍ନାପ୍ପା ପ୍ରଥମ ରାଉଣ୍ଡରୁ ହିଁ ନିଜର ଅଭିଯାନ ଶେଷ କରିଛନ୍ତି।

Related story