ବିଶ୍ୱ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌: ଇତିହାସ ରଚିଲେ ସିନ୍ଧୁ

ବାସେଲ: କ୍ରମାଗତ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଏହାପୂର୍ବରୁ ସିନ୍ଧୁ ଦୁଇଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ ତାଙ୍କୁ ରୌପ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ହେଲେ ଏଥର ସିନ୍ଧୁଙ୍କ ଆଖି ସ୍ୱର୍ଣ୍ଣ ପଦକ ଉପରେ ରହିଛି। ଏହାପୂର୍ବରୁ କୌଣସି ଭାରତୀୟ ଶଟଲର ଏଭଳି କ୍ରମାଗତ […]

rf

Hemant Lenka
  • Published: Saturday, 24 August 2019
  • , Updated: 24 August 2019, 04:15 PM IST

ବାସେଲ: କ୍ରମାଗତ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ।

ଏହାପୂର୍ବରୁ ସିନ୍ଧୁ ଦୁଇଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ ତାଙ୍କୁ ରୌପ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ହେଲେ ଏଥର ସିନ୍ଧୁଙ୍କ ଆଖି ସ୍ୱର୍ଣ୍ଣ ପଦକ ଉପରେ ରହିଛି। ଏହାପୂର୍ବରୁ କୌଣସି ଭାରତୀୟ ଶଟଲର ଏଭଳି କ୍ରମାଗତ ୩ଥର ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିନଥିଲେ।

ଆଜି ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଅଲ ଇଂଲଣ୍ଡ ଚାମ୍ପିୟନ ଚେନ୍‌ ୟୁ ଫେଇଙ୍କ ସହ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ସିନ୍ଧୁ ତାଙ୍କ ଜଲୱା ଦେଖାଇଥିଲେ। ସେ ଚେନ୍‌ ୟୁ ଫେଇଙ୍କୁ ଆଦୌ ସେଟ୍‌ ହେବାକୁ ଦେଇ ନଥିଲେ।

ଆରମ୍ଭରୁ ହିଁ ଘନଘନ ଆକ୍ରମଣ କରିଥିଲେ। ପ୍ରଥମ ସେଟଟିକୁ ସିନ୍ଧୁ ୨୧-୭ରେ ଜିତିଥିଲେ। ତେବେ ଦ୍ୱିତୀୟ ସେଟରେ ଚେନ୍ ୟୁ ଫେଇ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ସିନ୍ଧୁ ଏହା କରାଇ ଦେଇ ନଥିଲେ। ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୪ରେ କବଜା କରି ନେଇଥିଲେ। ମାତ୍ର ୪୦ ମିନିଟ୍‌ ମଧ୍ୟରେ ମ୍ୟାଚ୍‌ଟିକୁ ଶେଷ କରି ସିନ୍ଧୁ ଫାଇନାଲ୍‌ରେ ପ୍ରବେଶ କରିବାର ଗୌରବ ହାସଲ କରିଥିଲେ।

ସିନ୍ଧୁଙ୍କ ମୁକାବିଲା ୨୦୧୩ ବିଶ୍ୱ ବିଜେତା ରାଟଚାନୋକ ଇଣ୍ଟାନୋନ କିମ୍ବା ୨୦୧୭ ବିଶ୍ୱ ବିଜେତା ନୋଜମି ଓକୁହାରଙ୍କ ସହ ହେବ।

Related story