ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

ହାଇଦ୍ରାବାଦ: ପାରିବାରିକ ଅଶାନ୍ତି ଯୋଗୁ ଭାରତ ପାଇଁ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଶଟଲର ପିଭି ସିନ୍ଧୁ ନ୍ୟାଶନାଲ କ୍ୟାମ୍ପ ଛାଡ଼ି ଲଣ୍ଡନ ଚାଲିଯାଇଛନ୍ତି କି? ପରିବାର ଲୋକ ଓ କୋଚ ପୁଲେଲା ଗୋପିଚାନ୍ଦଙ୍କ ସହ ସିନ୍ଧୁଙ୍କର କୌଣସି ବିବାଦ ରହିଛି କି? ଏଭଳି ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ନିଜେ ସିନ୍ଧୁ। ସେ ଇନଷ୍ଟାଗ୍ରାମରେ ଏଭଳି ରିପୋର୍ଟରେ କୌଣସି ସତ୍ୟତା ନଥିବା କଥା କହିଛନ୍ତି। ଏଥିସହ […]

f

Hemant Lenka
  • Published: Tuesday, 20 October 2020
  • , Updated: 20 October 2020, 05:51 PM IST

ହାଇଦ୍ରାବାଦ: ପାରିବାରିକ ଅଶାନ୍ତି ଯୋଗୁ ଭାରତ ପାଇଁ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଶଟଲର ପିଭି ସିନ୍ଧୁ ନ୍ୟାଶନାଲ କ୍ୟାମ୍ପ ଛାଡ଼ି ଲଣ୍ଡନ ଚାଲିଯାଇଛନ୍ତି କି? ପରିବାର ଲୋକ ଓ କୋଚ ପୁଲେଲା ଗୋପିଚାନ୍ଦଙ୍କ ସହ ସିନ୍ଧୁଙ୍କର କୌଣସି ବିବାଦ ରହିଛି କି? ଏଭଳି ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ନିଜେ ସିନ୍ଧୁ।

ସେ ଇନଷ୍ଟାଗ୍ରାମରେ ଏଭଳି ରିପୋର୍ଟରେ କୌଣସି ସତ୍ୟତା ନଥିବା କଥା କହିଛନ୍ତି। ଏଥିସହ ତାଙ୍କ ପରିବାର ଓ କୋଚ୍‌ ଗୋପିଚାନ୍ଦଙ୍କ ସହ ତାଙ୍କର କୌଣସି ମତଭେଦ ନଥିବା ସ୍ପଷ୍ଟ କରିଛନ୍ତି। ସେ ନ୍ୟୁଟ୍ରେସ ଓ ଜିଏସଏସଆଇରେ ନିଜ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଲଣ୍ଡନ ଯାଇଥିବା କଥା ମଧ୍ୟ କହିଛନ୍ତି।

 

View this post on Instagram

 

I came to London a few days back to work on my nutrtion and recovery needs with GSSI.Infact I have come here with the consent of my parents and absolutely they were no family rifts in this regard. Why will I have problems/issues with my parents who have sacrificed their lives for my sake. Mine is a very close knitted family and they will always support me. I am in touch with my family members everyday. Also I do not have any issues with my coach Mr Gopichand or the training facilities at the academy. Mr M. Ratnakar the sports reporter of TOI who is spreading false news should know the facts first before writing them. If he doesn’t stop, I may have to resort to legal proceedings against him. @toi_sports @gopichandpullela

A post shared by sindhu pv (@pvsindhu1) on

ସେ କହିଛନ୍ତି, କିଛି ଦିନ ତଳେ ମୁଁ ନ୍ୟୁଟ୍ରେସନ ଓ ଜିଏସଏସଆଇ ସହ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଲଣ୍ଡନ ଆସିଛି। ଏପରି କି ବାପା ମା’ଙ୍କ ସହମତିରେ ଏଠାକୁ ଆସିଛି। ଲଣ୍ଡନ ଗସ୍ତ ସହ ପାରିବାରିକ ବିବାଦର କୌଣସି ଲିଙ୍କ ନାହିଁ। ମୋ ପାଇଁ ସବୁ କିଛି ଉର୍ତ୍ସଗ କରିଥିବା ମୋ ବାପାମା’ଙ୍କ ସହ କାହିଁକି ମୋର ବିବାଦ ସୃଷ୍ଟି ହେବ?

ମୋ ପରିବାର ବହୁତ ଭଲ ଓ ସେମାନେ ମୋତେ ସର୍ବଦା ସମର୍ଥନ କରନ୍ତି। ସବୁଦିନ ମୁଁ ମୋର ପରିବାର ଲୋକଙ୍କ ଯୋଗାଯୋଗରେ ରହିଛି। ଏଥିସହ କୋଚ୍‌ ଗୋପିଚାନ୍ଦ କିମ୍ବା ଏକାଡେମୀର ଟ୍ରେନିଂ ବ୍ୟବସ୍ଥା ସହ ମୋର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ କୁହାଯାଇ ଥିଲା ଯେ ସିନ୍ଧୁ ବିରକ୍ତ ପ୍ରକାଶ କରି ପାରିବାରିକ ବିବାଦ କାରଣରୁ ଲଣ୍ଡନ ଚାଲି ଯାଇଛନ୍ତି। ସେହିପରି ପୁଲେଲା ଗୋପିଚାନ୍ଦ ଏକାଡେମୀରେ ଥିବା କୋଚ୍‌ମାନଙ୍କୁ ସେ ଆସନ୍ତା ୮ରୁ ୧୦ ସପ୍ତାହ ଯାଏ ଫେରିବେ ନାହିଁ ବୋଲି ମଧ୍ୟ କହିଥିବା ରିପୋର୍ଟରେ କୁହାଯାଇଥିଲା।

ଘଟଣା ପୂର୍ବରୁ ସିନ୍ଧୁ ଜିଏସଏସଆଇରେ କାମ କରୁଥିବା ରେବାକା ରାନଡେଲଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଲଣ୍ଡନ ଆସି ବହୁତ ଖୁସି ବୋଲି ଉଲ୍ଲେଖ କରିଥିଲେ।

 

View this post on Instagram

 

Happy to be in England and working with GSSI over the next few weeks on my nutrition and recovery with @rrandell86 ! 3 months to Asia tour and this is best chance to work on things and improve !!

A post shared by sindhu pv (@pvsindhu1) on

Related story