ପିଡବ୍ଲ୍ୟୁଏଲ୍‌ରେ କମ୍‌ବ୍ୟାକ୍‌ କରିବା ଲକ୍ଷ୍ୟରେ କୁସ୍ତିଯୋଦ୍ଧା ଅମିତ

ନୂଆଦିଲ୍ଲୀ: ଆହତ କାରଣରୁ ୨୦୧୬ରୁ କୁସ୍ତିଯୁଦ୍ଧରୁ ଦୂରରେ ଥିବା ପୂର୍ବତନ ଏସିଆନ ଚାମ୍ପିଅନ ଅମିତ ଧାୟା ପ୍ରୋ ରେସଲିଂ ଲିଗ୍‌ (ପିଡବ୍ଲ୍ୟୁଏଲ୍‌)ର ଦ୍ୱିତୀୟ ସଂସ୍କରଣରେ କମ୍‌ବ୍ୟାକ୍‌ କରିବାକୁ ଆଶା ରଖିଛନ୍ତି। ଆଘାତ କାରଣରୁ ଅମିତ ରିଓ ଅଲମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ। ଏବେ ସେ ପିଡବ୍ଲ୍ୟୁଏଲ୍‌ ସହ ଆସନ୍ତାବର୍ଷ ହେବାକୁ ଥିବା ଏସିଆନ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଆଇଏଏନ୍‌ଏସ୍‌କୁ ସାକ୍ଷାତକାର ଦେଇ ଅମିତ କହିଛନ୍ତି,“ଆଘାତ ମୋ ଅଲମ୍ପିକ ପ୍ରସ୍ତୁତିରେ ବାଧକ ସାଜିଥିଲା। […]

amit

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 06:19 PM IST

ନୂଆଦିଲ୍ଲୀ: ଆହତ କାରଣରୁ ୨୦୧୬ରୁ କୁସ୍ତିଯୁଦ୍ଧରୁ ଦୂରରେ ଥିବା ପୂର୍ବତନ ଏସିଆନ ଚାମ୍ପିଅନ ଅମିତ ଧାୟା ପ୍ରୋ ରେସଲିଂ ଲିଗ୍‌ (ପିଡବ୍ଲ୍ୟୁଏଲ୍‌)ର ଦ୍ୱିତୀୟ ସଂସ୍କରଣରେ କମ୍‌ବ୍ୟାକ୍‌ କରିବାକୁ ଆଶା ରଖିଛନ୍ତି।

ଆଘାତ କାରଣରୁ ଅମିତ ରିଓ ଅଲମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ। ଏବେ ସେ ପିଡବ୍ଲ୍ୟୁଏଲ୍‌ ସହ ଆସନ୍ତାବର୍ଷ ହେବାକୁ ଥିବା ଏସିଆନ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଆଇଏଏନ୍‌ଏସ୍‌କୁ ସାକ୍ଷାତକାର ଦେଇ ଅମିତ କହିଛନ୍ତି,“ଆଘାତ ମୋ ଅଲମ୍ପିକ ପ୍ରସ୍ତୁତିରେ ବାଧକ ସାଜିଥିଲା। ଏହି କାରଣରୁ ମୁଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲି। ଚଳିତବର୍ଷ ମୁଁ ଦୃଢତାର ସହ କମ୍‌ବ୍ୟାକ୍‌ କରିବା ଲକ୍ଷ୍ୟରେ ରହିଛି।”

Related story