ଆଇପିଏଲ୍‌: ପଞ୍ଜାବରୁ ବିଦା ହେବେ ଅଶ୍ୱିନ!

ମୋହାଲି: ଖରାପ ବେଳା ଦେଇ ଗତି କରୁଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପୁଣି ଏକ ଝଟ୍‌କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଶ୍ୱିନ୍‌ଙ୍କୁ ଏବେ ମ୍ୟାନେଜମେଣ୍ଟ ବିଦା କରିବାକୁ ଯୋଜନା କରିଛି। ଆଇପିଏଲ୍‌ର ଗତ ଦୁଇଟି ଯାକ ସଂସ୍କରଣରେ ଅଶ୍ୱିନ୍‌ ପଞ୍ଜାବର ଅଧିନାୟକ ଦାୟିତ୍ୱ ତୁଲାଇ ଥିଲେ। ହେଲେ ଦଳ ଆଇପିଏଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଏବେ ମ୍ୟାନେଜମେଣ୍ଟ ନୂଆ ଅଧିନାୟକଙ୍କୁ ନିଯୁକ୍ତି କରିବାକୁ ଯୋଜନା ଆରମ୍ଭ କରିଛି। କିଙ୍ଗସ […]

edd

Hemant Lenka
  • Published: Sunday, 25 August 2019
  • , Updated: 25 August 2019, 05:13 PM IST

ମୋହାଲି: ଖରାପ ବେଳା ଦେଇ ଗତି କରୁଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପୁଣି ଏକ ଝଟ୍‌କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଶ୍ୱିନ୍‌ଙ୍କୁ ଏବେ ମ୍ୟାନେଜମେଣ୍ଟ ବିଦା କରିବାକୁ ଯୋଜନା କରିଛି।

ଆଇପିଏଲ୍‌ର ଗତ ଦୁଇଟି ଯାକ ସଂସ୍କରଣରେ ଅଶ୍ୱିନ୍‌ ପଞ୍ଜାବର ଅଧିନାୟକ ଦାୟିତ୍ୱ ତୁଲାଇ ଥିଲେ। ହେଲେ ଦଳ ଆଇପିଏଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଏବେ ମ୍ୟାନେଜମେଣ୍ଟ ନୂଆ ଅଧିନାୟକଙ୍କୁ ନିଯୁକ୍ତି କରିବାକୁ ଯୋଜନା ଆରମ୍ଭ କରିଛି।

କିଙ୍ଗସ ଏକାଦଶ ପଞ୍ଜାବ କେବଳ ଅଶ୍ୱିନଙ୍କୁ ଅଧିନାୟକ ପଦରୁ ନୁହେଁ ବରଂ ୨୦୨୦ ଆଇପିଏଲ୍‌ରେ ତାଙ୍କୁ ଦଳରେ ମଧ୍ୟ ରଖିବାକୁ ଚାହୁଁ ନଥିବା ଜଣାପଡ଼ିଛି। ତେବେ ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ କିଣିବାକୁ ଚାହୁଁଥିବା କୁହାଯାଉଛି। ୨୦୧୮ ଆଇପିଏଲ୍‌ରେ କିଙ୍ଗସ ଏକାଦଶ ପଞ୍ଜାବ ଅଶ୍ୱିନଙ୍କୁ ୭.୮ କୋଟି ଟଙ୍କାରେ କିଣିଥିଲା।

ଏକ ରିପୋର୍ଟ ଅନୁଯାୟୀ, କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାନେଜମେଣ୍ଟ ଅଶ୍ୱିନଙ୍କ ବଦଳରେ କେଏଲ ରାହୁଲଙ୍କୁ ଅଧିନାୟକ ପଦ ଦେବାକୁ ଚାହୁଁଛନ୍ତି। ସେହିପରି ପଞ୍ଜାବ କୋଚ ଭାବେ କାର୍ଯ୍ୟ କରୁଥିବା ମାଇକ ହେସୋନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ପଞ୍ଜାବ ମ୍ୟାନେଜମେଣ୍ଟ ଜର୍ଜ ବେଲ୍ଲୀ ଓ ଡାରେନ୍‌ ଲେହମାନଙ୍କୁ କୋଚ କରିବା ପାଇଁ କଥାବରର୍ତ୍ତା ଚଳାଇଥିବା ଜଣାପଡ଼ିଛି।

Related story