ଅଶ୍ୱିନଙ୍କୁ ରଖିଲା କିଙ୍ଗସ୍ ଇଲେଭେନ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଇପିଏଲରେ ପୁଣିଥରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିବେ । ଏ ନେଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ସହମାଲିକ ନେସ୍ ୱାଡିଆ ସୋମବାର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆମେ ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସକୁ ନଦେବା ପାଇଁ ନିଷ୍ପତ୍ତି ନେଇଛୁ। ନୂଆ କୋଚ୍ ଭାବେ ନିଯୁକ୍ତ ହୋଇଥିବା ଅନୀଲ କୁମ୍ବଲେ ଅଶ୍ୱିନଙ୍କୁ ଟିମ୍ ସହ ରଖିବାକୁ ଚାହାନ୍ତି ବୋଲି ସୂଚନା ମିଳିଛି। ଅଶ୍ୱିନ୍ ଗତ ଦୁଇ […]

ash

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 09:20 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଇପିଏଲରେ ପୁଣିଥରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିବେ । ଏ ନେଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ସହମାଲିକ ନେସ୍ ୱାଡିଆ ସୋମବାର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଆମେ ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସକୁ ନଦେବା ପାଇଁ ନିଷ୍ପତ୍ତି ନେଇଛୁ। ନୂଆ କୋଚ୍ ଭାବେ ନିଯୁକ୍ତ ହୋଇଥିବା ଅନୀଲ କୁମ୍ବଲେ ଅଶ୍ୱିନଙ୍କୁ ଟିମ୍ ସହ ରଖିବାକୁ ଚାହାନ୍ତି ବୋଲି ସୂଚନା ମିଳିଛି। ଅଶ୍ୱିନ୍ ଗତ ଦୁଇ ସିଜନରେ ପଞ୍ଜାବ ଟିମର କ୍ୟାପଟେନ୍ ଥିଲେ ଏବଂ ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ଥିଲା।

ତେବେ ଅଶ୍ୱିନଙ୍କୁ ପୁଣିଥରେ ରଖିବା ନେଇ ୱାଡିଆ କହିଛନ୍ତି, "ବୋର୍ଡ ପୁନର୍ବିଚାର କରିଥିଲା ଏବଂ ସେମାନଙ୍କୁ ଲାଗିଲା ଯେ ଅଶ୍ୱିନ୍ ଟିମର ଜଣେ ପ୍ରମୁଖ ସଦସ୍ୟ। ଦିଲ୍ଲୀ କ୍ୟାପିଟାଲ୍ସ ସହ ଚର୍ଚ୍ଚା ହୋଇଥିଲା, କିନ୍ତୁ ଏହାର କୌଣସି ପରିଣାମ ମିଳିଲା ନାହିଁ। ସେ (ଅଶ୍ୱିନ୍‌) ଯେଉଁଭଳି ପ୍ରଦର୍ଶନ କରୁଛନ୍ତି, ତାହା ସବୁକିଛି ସ୍ପଷ୍ଟ କରୁଛି।"

Related story