କୁମ୍ବଲେଙ୍କୁ ଦେଲେନି, ଶାସ୍ତ୍ରୀଙ୍କୁ ଦେବେ

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ପସନ୍ଦ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ରବି ଶାସ୍ତ୍ରୀଙ୍କୁ ତାଙ୍କ ମନ ପସନ୍ଦର ସହାୟକ ଟିମ୍ ବି ମିଳିଛି। ତାଙ୍କ ଦାବି ଅନୁସାରେ ଭରତ ଅରୁଣଙ୍କୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ କରାଯାଇଛି। ସେହିଭଳି ଆର୍‌. ଶ୍ରୀଧରଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଏବେ ଆଉ ଏକ ଖବର ଆସିଛି ଯେ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ବାର୍ଷିକ ୮ କୋଟି ଟଙ୍କା ବେତନ […]

rabi

rabi

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 10:44 AM IST

Sports

Latest News

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ପସନ୍ଦ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ରବି ଶାସ୍ତ୍ରୀଙ୍କୁ ତାଙ୍କ ମନ ପସନ୍ଦର ସହାୟକ ଟିମ୍ ବି ମିଳିଛି। ତାଙ୍କ ଦାବି ଅନୁସାରେ ଭରତ ଅରୁଣଙ୍କୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ କରାଯାଇଛି। ସେହିଭଳି ଆର୍‌. ଶ୍ରୀଧରଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଏବେ ଆଉ ଏକ ଖବର ଆସିଛି ଯେ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ବାର୍ଷିକ ୮ କୋଟି ଟଙ୍କା ବେତନ ଦେବ। ଅର୍ଥାତ ପୂର୍ବତନ କୋଚ୍ ଅନୀଲ କୁମ୍ବଲେଙ୍କ ଠାରୁ ସେ ପାଖା ପାଖି ଦେଢ଼ କୋଟି ଟଙ୍କା ଅଧିକ ପାଇବେ। କୁମ୍ବଲେଙ୍କୁ ପ୍ରାୟ ସାଢ଼େ ଛଅ କୋଟି ଟଙ୍କା ଦିଆଯାଉଥିଲା। ମୁଖ୍ୟ କୋଚ୍ ଭାବେ ତାଙ୍କ ଦରମା ବଢ଼ାଇବା ପାଇଁ କୁମ୍ବଲେ ଦାବି କରି ଥିଲେ। କିନ୍ତୁ ବିସିସିଆଇ ତାଙ୍କ ଦାବି ମାନି ନ ଥିଲା। ତେବେ କୁମ୍ବଲେ ଯେତିକି ଟଙ୍କା ଦାବି କରିଥିଲେ ତାହା ଏବେ ଶାସ୍ତ୍ରୀଙ୍କୁ ମିଳିବ।

ଅନ୍ୟ କୋଚ୍ ଭରତ ଅରୁଣ, ଆର. ଶ୍ରୀଧର ଓ ସଞ୍ଜୟ ବାଙ୍ଗରଙ୍କୁ ବାର୍ଷିକ ଦୁଇରୁ ତିନି କୋଟି ଟଙ୍କା ମିଳିବ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos