ପ୍ରେମିକାଙ୍କ ହାତ ସବୁଦିନ ପାଇଁ ଧରିବେ ନାଡାଲ

ମେଲବର୍ଣ୍ଣ: ଟେନିସ୍‌ ଜଗତର ଅନ୍ୟତମ ପ୍ରସିଦ୍ଧ ଖେଳାଳି ତଥା ସ୍ପେନ ତାରକା ରାଫେଲ ନାଡାଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ମେରୀ ପେରେଲୋଙ୍କ ହାତ ସବୁ ଦିନ ପାଇଁ ଧରିବେ। ନିକଟରେ ନାଡାଲ ତାଙ୍କ ପ୍ରେମିକା ମେରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଖୁବ୍‌ଶୀଘ୍ର ସେମାନେ ବିବାହ କରିବେ ବୋଲି ଏଟିପି ପକ୍ଷରୁ ଟ୍ୱିଟ୍‌ ଦ୍ୱାରା ସୂଚନା ଦିଆଯାଇଛି। ନାଡାଲଙ୍କୁ ଅଷ୍ଟ୍ରେଲିଆ ଓପନ୍‌ରେ ଦେଖିବାକୁ ମିଳିଥିଲା। ସେ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ […]

s

Hemant Lenka
  • Published: Wednesday, 06 February 2019
  • , Updated: 06 February 2019, 03:44 PM IST

ମେଲବର୍ଣ୍ଣ: ଟେନିସ୍‌ ଜଗତର ଅନ୍ୟତମ ପ୍ରସିଦ୍ଧ ଖେଳାଳି ତଥା ସ୍ପେନ ତାରକା ରାଫେଲ ନାଡାଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ମେରୀ ପେରେଲୋଙ୍କ ହାତ ସବୁ ଦିନ ପାଇଁ ଧରିବେ। ନିକଟରେ ନାଡାଲ ତାଙ୍କ ପ୍ରେମିକା ମେରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଖୁବ୍‌ଶୀଘ୍ର ସେମାନେ ବିବାହ କରିବେ ବୋଲି ଏଟିପି ପକ୍ଷରୁ ଟ୍ୱିଟ୍‌ ଦ୍ୱାରା ସୂଚନା ଦିଆଯାଇଛି।

ନାଡାଲଙ୍କୁ ଅଷ୍ଟ୍ରେଲିଆ ଓପନ୍‌ରେ ଦେଖିବାକୁ ମିଳିଥିଲା। ସେ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିଲେ। କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ରେ ବିଶ୍ୱର ନମ୍ବର ୱାନ ଖେଳାଳି ନୋଭାକ ଜୋକଭିଚ୍‌ଙ୍କ ଠାରୁ ପରାସ୍ତ ହୋଇଥିଲେ। ନାଡାଲ ଏବେ ବିଶ୍ୱର ୨ ନଂ ଖେଳାଳିର ମାନ୍ୟତା ପାଇଛନ୍ତି।

ନାଡାଲ ତାଙ୍କ ଟେନିସ୍‌ କ୍ୟାରିୟର ମଧ୍ୟରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି।

Related story