୧୨ରେ ଏଥିକ୍ସ ଅଫିସରଙ୍କୁ ଭେଟିବେ ଡ୍ରାଭିଡ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ନିଜ ବିରୋଧରେ ଲାଗିଥିବା ଦ୍ୱୈତ ସ୍ୱାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟର ଅଭିଯୋଗ ମାମଲାରେ ନିଜ ପକ୍ଷ ରଖିବାର ପାଇଁ ଆସନ୍ତା ନଭେମ୍ବର ୧୨ ତାରିଖରେୀ ବିସିସିଆଇର ଏଥିକ୍ସ ଅଫିସର୍ ଜଷ୍ଟିସ୍ (ଅବସରପ୍ରାପ୍ତ) ଡିକେ୍ ଜୈନଙ୍କୁ ଭେଟିବେ। ଏ ନେଇ ବୋର୍ଡର ଜଣେ ଅଧିକାର କହିଛନ୍ତି, ଡ୍ରାଭିଡ୍ ଦିଲ୍ଲୀରେ ଜୈନଙ୍କ ଆଗରେ ହାଜର୍ ହେବେ। ଡ୍ରାଭିଡ୍ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ କାମ […]

dravid

Ranjit Kumar Jena
  • Published: Thursday, 31 October 2019
  • , Updated: 31 October 2019, 05:40 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡ୍ ନିଜ ବିରୋଧରେ ଲାଗିଥିବା ଦ୍ୱୈତ ସ୍ୱାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟର ଅଭିଯୋଗ ମାମଲାରେ ନିଜ ପକ୍ଷ ରଖିବାର ପାଇଁ ଆସନ୍ତା ନଭେମ୍ବର ୧୨ ତାରିଖରେୀ ବିସିସିଆଇର ଏଥିକ୍ସ ଅଫିସର୍ ଜଷ୍ଟିସ୍ (ଅବସରପ୍ରାପ୍ତ) ଡିକେ୍ ଜୈନଙ୍କୁ ଭେଟିବେ। ଏ ନେଇ ବୋର୍ଡର ଜଣେ ଅଧିକାର କହିଛନ୍ତି, ଡ୍ରାଭିଡ୍ ଦିଲ୍ଲୀରେ ଜୈନଙ୍କ ଆଗରେ ହାଜର୍ ହେବେ।

ଡ୍ରାଭିଡ୍ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ କାମ କରୁଛନ୍ତି। ମଧ୍ୟ ପ୍ରଦେ କ୍ରିକେଟ୍ ସଂଘର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ଏଥିକ୍ସ ଅଫିସର୍ ଡ୍ରାଭିଡଙ୍କୁ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାରେ ନୋଟିସ୍ ପଠାଇଥିଲେ। ନିଜ ଅଭିଯୋଗରେ ଗୁପ୍ତା କହିଥିଲେ, ଡ୍ରାଭିଡ୍ ଏନସିଏର ନିର୍ଦ୍ଦେଶକ ଅଛନ୍ତି ଏବଂ ଏହା ସହ ସେ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସର ମାଲିକାନାସତ୍ୱ ରଖିଥିବା ଇଣ୍ଡିଆ ସିମେଣ୍ଟସ୍ ଗ୍ରୁପର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ଡ୍ରାଭିଡ୍ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ ସେ ସେ ଇଣ୍ଡିଆ ସିମେଣ୍ଟସରେ ନିଜ ପଦବୀରୁ ଦୀର୍ଘକାଳୀନ ବ୍ରେକ୍ ନେଇଛନ୍ତି।

Related story