ଏଭଳି ଆଉଟ୍‌ ହେବାରେ ପ୍ରଥମ ଭାରତୀୟ ହେଲେ ରାହୁଲ: ରଚିଲେ ନୂଆ ଇତିହାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷ ନିଦହାସ ଟ୍ରଫିରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ମାତ୍ର  ୧୮ ରନ କରି ଆଉଟ୍‌ ହୋଇଥିଲେ। ସେ ଏଭଳି ଆଉଟ୍‌ ହୋଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା। ଭାରତୀୟ ଇଂନିସର ୧୦ମ ଓଭରରେ ରାହୁଲ ହିଟ୍‌ ୱିକେଟ୍‌ ହୋଇ ପଡ଼ିଆରୁ ବାହାରକୁ ଯାଇଥିଲେ। ଟି-ଟ୍ୱେଣ୍ଟିରେ ଏଭଳି ଆଉଟ୍‌ ହେବାରେ ରାହୁଲ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଏହାପୂର୍ବରୁ […]

NBT-image

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 11:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷ ନିଦହାସ ଟ୍ରଫିରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ମାତ୍ର  ୧୮ ରନ କରି ଆଉଟ୍‌ ହୋଇଥିଲେ। ସେ ଏଭଳି ଆଉଟ୍‌ ହୋଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା। ଭାରତୀୟ ଇଂନିସର ୧୦ମ ଓଭରରେ ରାହୁଲ ହିଟ୍‌ ୱିକେଟ୍‌ ହୋଇ ପଡ଼ିଆରୁ ବାହାରକୁ ଯାଇଥିଲେ। ଟି-ଟ୍ୱେଣ୍ଟିରେ ଏଭଳି ଆଉଟ୍‌ ହେବାରେ ରାହୁଲ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଏହାପୂର୍ବରୁ କୌଣସି ଭାରତୀୟ ଖେଳାଳି ଟି-ଟ୍ୱେଣ୍ଟିରେ ହିଟ୍‌ ୱିକେଟ୍‌ ହୋଇନଥିଲେ।

ଭାରତୀୟ କ୍ରିକେଟ୍‌ ଇତିହାସରେ ଏପର୍ଯ୍ୟନ୍ତ ୩ଜଣ ଖେଳାଳି ହିଟ୍‌ ୱିକେଟ୍‌ ହୋଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଅମରନାଥ ୧୯୯୪ରେ ହିଟ୍‌ ୱିକେଟ୍ ହୋଇଥିଲେ, ଦିନିକିଆରେ ନୟନ ମୋଙ୍ଗିଆ ୧୯୯୫ରେ ହିଟ୍‌ ୱିକେଟ୍‌ ହୋଇଥିଲେ। ଏବେ ଟି-ଟ୍ୱେଣ୍ଟିରେ କେଏଲ୍‌ ରାହୁଲ ହିଟ୍‌ ୱିକେଟ୍‌ ହୋଇ ତୃତୀୟ ଭାରତୀୟ ଭାବେ ଏଭଳି ରେକର୍ଡ କରିଛନ୍ତି।

କଲମ୍ବୋରେ ଖେଳାଯାଇଥିବା ଗତ କାଲିର ମ୍ୟାଚ୍‌ ମ୍ୟାଚ୍ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫୨ ରନ କରିଥିଲା। ଦଳ ପକ୍ଷରୁ କୁସଲ ମେଣ୍ଡିସ୍ ସର୍ବାଧିକ ୫୫ ରନ କରିଥିଲେ।  ତେବେ ଭାରତ ପକ୍ଷରୁ ସାର୍ଦୁଲ ଠାକୁର ଆକର୍ଷଣୀୟ ବୋଲିଂ କରି  ସର୍ବାଧିକ ୪ଟି ଓ୍ୱିକେଟ ହାସଲ କରିଥିଲେ। ୧୫୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୯ଟି ବଲ୍ ବାକି ଥାଇ ହାସଲ କରିନେଇଥିଲା।

Related story