ରାହୁଲଙ୍କୁ ମିଳିଲା ବକେୟା ଫି’

ନୂଆଦିଲ୍ଲୀ: ଜାତୀୟ ୧୯ ବର୍ଷରୁ କମ୍ ଓ ‘ଏ’ ଟିମ୍‌ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କୁ ବକେୟା ଫି’ ପ୍ରଦାନ କରିଛି ବିସିସିଆଇ। କୋଚ୍ ଭାବେ ରାହୁଲଙ୍କ ସହିତ ବିସିସିଆଇ ୨.୬୧ କୋଟି ଟଙ୍କାର ଚୁକ୍ତି କରିଥିଲା। ସେଥିରୁ ଆଉ ୧.୩୦ କୋଟି ଟଙ୍କା ବକେୟା ଥିଲା।  ତାହାକୁ ଇତି ମଧ୍ୟରେ ରାହୁଲଙ୍କୁ ପ୍ରଦାନ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ମାସିକିଆ ରିପୋର୍ଟରେ କୁହାଯାଇଛି। ମାର୍ଚ୍ଚ ମାସରେ ରାହୁଲଙ୍କୁ ଫି’ର ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। […]

rahul

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 12:00 PM IST

ନୂଆଦିଲ୍ଲୀ: ଜାତୀୟ ୧୯ ବର୍ଷରୁ କମ୍ ଓ ‘ଏ’ ଟିମ୍‌ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କୁ ବକେୟା ଫି’ ପ୍ରଦାନ କରିଛି ବିସିସିଆଇ। କୋଚ୍ ଭାବେ ରାହୁଲଙ୍କ ସହିତ ବିସିସିଆଇ ୨.୬୧ କୋଟି ଟଙ୍କାର ଚୁକ୍ତି କରିଥିଲା। ସେଥିରୁ ଆଉ ୧.୩୦ କୋଟି ଟଙ୍କା ବକେୟା ଥିଲା।  ତାହାକୁ ଇତି ମଧ୍ୟରେ ରାହୁଲଙ୍କୁ ପ୍ରଦାନ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ମାସିକିଆ ରିପୋର୍ଟରେ କୁହାଯାଇଛି। ମାର୍ଚ୍ଚ ମାସରେ ରାହୁଲଙ୍କୁ ଫି’ର ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା।

ଭାଷ୍ୟକାର ଫି’ ବାବଦକୁ ବିସିସିଆଇ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ୮୯.୭୫ ଲକ୍ଷ ଟଙ୍କା ପ୍ରଦାନ କରିଛି। ଜାନୁଆରୀରୁ ମାର୍ଚ୍ଚ ମାସ ପାଇଁ ତାଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ଅନ୍ୟତମ ଭାଷ୍ୟକାର ଏଲ୍. ଶିବରାମକ୍ରିଷ୍ଣନ୍‌ଙ୍କୁ ଏହି ଅବଧି ପାଇଁ ଫି’ ବାବଦକୁ ୨୬.୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଘରୋଇ ଟୁର୍ଣ୍ଣାମେଣ୍ଟ୍, ଶିବିରର ଆୟୋଜନ ସହିତ ଭିତ୍ତିଭୂମି ସବ୍‌ସିଡି ବାବଦକୁ ବିଭିନ୍ନ ରାଜ୍ୟ ସଂଘଗୁଡ଼ିକୁ ମଧ୍ୟ ବିସିସିଆଇ ଅର୍ଥ ପ୍ରଦାନ କରିଛି। ଭିତ୍ତିଭୂମି ସବ୍‌ସିଡି ଓ ସେବା କର ବାବଦକୁ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌କୁ ୮.୬୭ କୋଟି ଓ କେରଳ କ୍ରିକେଟ୍ ଆସୋସିଏସନ୍‌କୁ ୧.୬୨ କୋଟି  ଟଙ୍କା ପ୍ରଦାନ କରାଯାଇଛି।

ଜେସିଏ ୧୯ ବର୍ଷରୁ କମ୍ ବାଳକ ଶିବିର ଆୟୋଜନ ପାଇଁ ବିଦର୍ଭ, ପଞ୍ଜାବ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ବରୋଦା ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ ୩୭.୧୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଶିବିର ନାଗପୁର, ମୋହାଲି, ଧର୍ମଶାଳା, ହୁବଲି, ବରୋଦା ଓ ଭୁବନେଶ୍ୱରଠାରେ ଆୟୋଜିତ ହେବ।

ସୂଚନାଯୋଗ୍ୟ, ଆଜି ରାହୁଲ ଦ୍ରାବିଡ଼ ଆଇସିସି କ୍ରିକେଟ୍ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

Related story