ମହିପାଲଙ୍କ ଦମଦାର ବ୍ୟାଟିଂ, ରାଜସ୍ଥାନ ୧୫୪

ଦୁବାଇ: ଆଇପିଏଲର ୧୫ତମ ମୁକାବିଲାକୁ ଜିତିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୧୫୫ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ଯୁବ ତାରକା ମହିପାଲ ଲୋମୋରଙ୍କ ଦମଦାର ଇନିଂସ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୪ ରନ୍‌ କରିଛି। ମହିପାଲ ଗୁରୁତ୍ୱପୁର୍ଣ୍ଣ ୪୭ ରନ୍‌ କରିଥିବା ବେଳେ ଶେଷ ଭାଗରେ ରାହୁଲ ତେୱାତିଆ ଓ ଜୋଫ୍ରା ଆର୍ଚରଙ୍କ ବିସ୍ଫୋରକ ରୂପ […]

cx

Hemant Lenka
  • Published: Saturday, 03 October 2020
  • , Updated: 03 October 2020, 05:36 PM IST

ଦୁବାଇ: ଆଇପିଏଲର ୧୫ତମ ମୁକାବିଲାକୁ ଜିତିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୧୫୫ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ଯୁବ ତାରକା ମହିପାଲ ଲୋମୋରଙ୍କ ଦମଦାର ଇନିଂସ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୪ ରନ୍‌ କରିଛି। ମହିପାଲ ଗୁରୁତ୍ୱପୁର୍ଣ୍ଣ ୪୭ ରନ୍‌ କରିଥିବା ବେଳେ ଶେଷ ଭାଗରେ ରାହୁଲ ତେୱାତିଆ ଓ ଜୋଫ୍ରା ଆର୍ଚରଙ୍କ ବିସ୍ଫୋରକ ରୂପ ଦେଖିବାକୁ ମିଳିଛି।

ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନକୁ ଇନିଂସ୍‌ ଆରମ୍ଭରୁ ହିଁ ବଡ଼ ଝଟକା ଲାଗିଥିଲା। ଦଳର ଅଧିନାୟକ ଷ୍ଟିଭ୍‌ ସ୍ମିଥ ମାତ୍ର ୫ ରନ୍‌ କରି ଇଶ୍ରୁ ଉଦାନାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହାପରେ ଜୋଶ ବଟଲର ୨୨ ରନ କରି ନବଦୀପ ସାଇନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଫର୍ମରେ ଥିବା ସଞ୍ଜୁ ସାମସନ ବି ବେଶୀ କିଛି କରି ନ ପାରି ୫ ରନ୍‌ରେ ୟୁଜଭେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ମହିପାଳଙ୍କ ଜଲୱା। ସେ ବେଙ୍ଗାଲୁରୁ ବୋଲରଙ୍କ କଡ଼ା ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ କିଛି ସମୟ ପାଇଁ ରିୟାନ ପରାଗ ସାଥ ଦେଇଥିଲେ। ହେଲେ ରିୟାନ(୧୬) ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଥିଲେ।

ଦମଦାର ଫର୍ମରେ ଥିବା ମହିପାଲ ନିଜର ପ୍ରଥମ ଅର୍ଦ୍ଧଶତକ ନିକଟରେ ପହଞ୍ଚି ଯାଇଥିଲେ। ହେଲେ ଚହଲଙ୍କ ବଲକୁ ବୁଝି ନ ପାରି ସେ ମଧ୍ୟ କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ଆଉଟ ହେବା ବେଳକୁ ମହିପାଲ ୩୯ ବଲରେ ୩ ଛକା ଓ ଗୋଟିଏ ଚୌକା ବଳରେ ୪୭ ରନ୍‌ କରିଥିଲେ।

ଶେଷ ଭାଗରେ କମାଲ କରିଥିଲେ ରାହୁଲ ତେୱାତିଆ ଓ ଆର୍ଚର। ଉଭୟ ୭ମ ୱିକେଟ ପାଇଁ ଅବିଭାଜିତ ୪୦ ରନ୍‌ ଯୋଡ଼ି ଦଳୀୟ ସ୍କୋରକୁ ୧୫୪ରେ ପହଞ୍ଚାଇଥିଲେ। ତେୱାତିଆ ୧୨ ବଲରେ ୨୪ ଓ ଆର୍ଚର ୧୦ ବଲରେ ୧୬ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।

Related story