ଧୋନୀଙ୍କ ସହ ଖେଳିବାକୁ ସ୍ୱପ୍ନ ଦେଖୁଥିବା ଖେଳାଳି ବନିଗଲେ ଷ୍ଟାର୍‌ କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ତଥା ଆଇପିଏଲ୍‌ରେ ନିଜର କମାଲ ଦେଖାଇସାରିଥିବା ରାହୁଲ ତ୍ରିପାଠୀ ତାଙ୍କର ୨୮ତମ ଜନ୍ମଦିନ ପାଳନ କରିଛନ୍ତି। ୨ମାର୍ଚ୍ଚ ୧୯୯୧ ମସିହାରେ ରାହୁଲ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। ଦିନ ଥିଲା ଯେତେବେଳେ ରାହୁଲ ଧୋନୀଙ୍କ ସହ ଖେଳିବା ପାଇଁ ସ୍ୱପ୍ନ ଦେଖୁଥିଲେ। ଯାହା ୨୦୧୭ରେ ପୂରଣ ହୋଇଯାଇଛି। ୨୦୧୭ ଆଇପିଏଲରେ ଧୋନୀ ପୁଣେ ଦଳରେ ଖେଳୁଥିବା ବେଳେ ରାହୁଲ ତ୍ରିପାଠୀ ମଧ୍ୟ ଏହି ଦଳରେ ସାମିଲ ଥିଲେ। ରାହୁଲ ମହାରାଷ୍ଟ୍ର ଟିମ୍‌ ପକ୍ଷରୁ […]

front-pic_1520086848

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ତଥା ଆଇପିଏଲ୍‌ରେ ନିଜର କମାଲ ଦେଖାଇସାରିଥିବା ରାହୁଲ ତ୍ରିପାଠୀ ତାଙ୍କର ୨୮ତମ ଜନ୍ମଦିନ ପାଳନ କରିଛନ୍ତି। ୨ମାର୍ଚ୍ଚ ୧୯୯୧ ମସିହାରେ ରାହୁଲ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। ଦିନ ଥିଲା ଯେତେବେଳେ ରାହୁଲ ଧୋନୀଙ୍କ ସହ ଖେଳିବା ପାଇଁ ସ୍ୱପ୍ନ ଦେଖୁଥିଲେ। ଯାହା ୨୦୧୭ରେ ପୂରଣ ହୋଇଯାଇଛି। ୨୦୧୭ ଆଇପିଏଲରେ ଧୋନୀ ପୁଣେ ଦଳରେ ଖେଳୁଥିବା ବେଳେ ରାହୁଲ ତ୍ରିପାଠୀ ମଧ୍ୟ ଏହି ଦଳରେ ସାମିଲ ଥିଲେ। ରାହୁଲ ମହାରାଷ୍ଟ୍ର ଟିମ୍‌ ପକ୍ଷରୁ ଖେଳନ୍ତି। ସେ ଏପର୍ଯ୍ୟନ୍ତ ୩୧ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ ଖେଳିସାରିଛନ୍ତି। ରାହୁଲ ଗୋଟିଏ ଓଭରରେ ୬ଟି ଛକା ମାରିବାର ରେକର୍ଡ ଦୁଇ ଥର କରିଛନ୍ତି। ରାହୁଲ ତ୍ରିପାଠୀଙ୍କ ବାପା ଭାରତୀୟ ସେନାରେ ଚାକିରି କରୁଥିଲେ ମଧ୍ୟ ଜଣେ କ୍ରିକେଟର୍‌ ଥିଲେ। ତେଣୁ ବାରମ୍ବାର ଟ୍ରାନ୍ସଫର୍‌ ଯୋଗୁଁ ରହୁଲଙ୍କୁ ଗୋଟିଏ ସହରରୁ ଅନ୍ୟ ସହରରକୁ ଯିବାକୁ ପଡୁଥିଲେ।

୨୦୧୮ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ରାହୁଲଙ୍କୁ କିଣିଛି। ନିଲାମୀରେ ୨୦ ଲକ୍ଷ ଟଙ୍କା ବେସ ପ୍ରାଇସ୍‌ ଥିବା ରାହୁଲ ୩କୋଟି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ଗତ ବର୍ଷ ପୁଣେ ଟିମ୍‌ର ଅଧିନୟାକ ସ୍ମିଥ୍‌ ଥିବା ବେଳେ ଆଇପିଏଲ୍‌ ୧୧ରେ ମଧ୍ୟ ରାଜସ୍ଥାନ ଟିମର ନେତୃତ୍ୱ ନେବେ ସ୍ମିଥ୍‌। ତେଣୁ ସ୍ମିଥ୍‌ଙ୍କ ଅଧିନାୟକତ୍ୱରେ ରାହୁଲ ପୁଣି ଥିରେ ପଡ଼ିଆକୁ ଓହ୍ଲାଇବେ।

Related story