ରିଜର୍ଭ ଡେ'କୁ ଗଲା ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍‌ ସେମିଫାଇନାଲ୍

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍‌। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। କିନ୍ତୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିଲା, ଯେଉଁ […]

ind vs nz

Hemant Lenka
  • Published: Tuesday, 09 July 2019
  • , Updated: 09 July 2019, 10:56 PM IST

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍‌। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।

ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। କିନ୍ତୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିଲା, ଯେଉଁ କାରଣରୁ ଆଜି ମ୍ୟାଚକୁ ବାତିଲ୍ କରାଯାଇଛି। ଫଳରେ ମ୍ୟାଚକୁ ରିଜର୍ଭ ଡେ' ଅର୍ଥାତ୍ ବୁଧବାର ଖେଳାଯିବ। ବୁଧବାର ମ୍ୟାଚ୍ ଯେଉଁଠି ଅଟକି ଥିଲା, ସେହିଠାରୁ ହିଁ ଆରମ୍ଭ ହେବ। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆସନ୍ତାକାଲି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ୍ ରଖିବ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମଧ୍ୟକ୍ରମରେ କ୍ୟାପଟେନ୍ କେନ୍ ୱିଲିୟମସନ୍ (୬୭) ଓ ରସ୍ ଟେଲର୍ (୬୭*) ଲଢ଼ୁଆ ବ୍ୟାଟିଂ କରି ଟିମର ସମ୍ମାନ ରକ୍ଷା କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୫ ରନର ମୂଲ୍ୟବାନ୍ ଭାଗୀଦାରୀ କରିଥିଲେ।

ୱିଲିୟମସନ୍ ୬୭ (୯୫ ବଲ୍, ୬ ଚୌକା) ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗପ୍ଟିଲ୍ (୧) ପୁଣିଥରେ ନିରାଶ କରିଥିବା ବେଳେ ହେନରୀ ନିକୋଲ୍ସ (୨୮) ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଲୋୟର ମିଡିଲ୍ ଅର୍ଡରରେ ଜେମ୍ସ ନିଶାମ୍ (୧୨) ଓ କଲିନ୍ ଡି'ଗ୍ରାଣ୍ଡହୋମ୍ (୧୬) ଫେଲ୍ ମାରିଥିଲେ।

ତେବେ ଟେଲର୍ ୬୭ (୮୫ ବଲ୍, ୩ ଚୌକା, ୧ ଛକା) ଓ ଲାଥାମ ୩ ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story