ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ବର୍ଷା ଧୋଇ ନେଲା ପ୍ରଥମ ଦିନ

ଲଣ୍ଡନ୍‌: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭରେ ବର୍ଷା ବାଧକ ସାଜିଛି। ଗତକାଲି ଲର୍ଡସ୍‌ରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ ପ୍ରଥମ ଦିନକୁ ବର୍ଷା ଧୋଇ ନେଇଛି। ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ, ଟସ୍‌ ବି ପଡ଼ିପାରି ନଥିଲା। ସୂଚନାଯୋଗ୍ୟ, ବୁଧବାର ରାତିରୁ ବର୍ଷା ଲାଗି ରହିଥିଲା। ଫଳରେ ଖେଳାଳିମାନେ ସକାଳୁ ୱାର୍ମଅପ୍‌ ପାଇଁ ମଧ୍ୟ ଆସି ନଥିଲେ। ଖେଳ ଆରମ୍ଭ ନହେବାରୁ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ବସି ରହିଥିଲେ। ଫଳରେ […]

india

Ordigital Desk
  • Published: Friday, 10 August 2018
  • , Updated: 10 August 2018, 07:47 AM IST

ଲଣ୍ଡନ୍‌: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭରେ ବର୍ଷା ବାଧକ ସାଜିଛି। ଗତକାଲି ଲର୍ଡସ୍‌ରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ ପ୍ରଥମ ଦିନକୁ ବର୍ଷା ଧୋଇ ନେଇଛି। ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ, ଟସ୍‌ ବି ପଡ଼ିପାରି ନଥିଲା।

ସୂଚନାଯୋଗ୍ୟ, ବୁଧବାର ରାତିରୁ ବର୍ଷା ଲାଗି ରହିଥିଲା। ଫଳରେ ଖେଳାଳିମାନେ ସକାଳୁ ୱାର୍ମଅପ୍‌ ପାଇଁ ମଧ୍ୟ ଆସି ନଥିଲେ।

ଖେଳ ଆରମ୍ଭ ନହେବାରୁ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ବସି ରହିଥିଲେ। ଫଳରେ ନିର୍ଦ୍ଧାରିତ ସମୟରୁ ଅଧ ଘଣ୍ଟାଏ ପୂର୍ବରୁ ଲଞ୍ଚବ୍ରେକ୍‌ ଘୋଷଣା କରାଯାଇଥିଲା। ବର୍ଷା ନ କମିବାରୁ ଅମ୍ପାୟର ପ୍ରଥମ ଦିନର ଖେଳକୁ ସମାପ୍ତ ଘୋଷଣା କରି ଦେଇଥିଲେ।

Related story