ଧୋନିଙ୍କ ପରେ ରାଇନାଙ୍କ ଅବସର

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ପଛେ ପଛେ ଅନ୍ତର୍ଜାତୀୟ କ୍ରିକେଟରୁ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ରାଇନା ଅବସାର ଘୋଷଣା କରିଥିଲେ ହେଁ ପୂର୍ବଭଳି ଆଇପିଏଲ ଖେଳିବେ। ଖରାପ ଫର୍ମ ପାଇଁ ରାଇନା ଦୀର୍ଘ ଦିନରୁ ବାଦ ପଡ଼ିଥିଲେ। ଏବେ ସେ ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଧୋନିଙ୍କ ଭଳି ରାଇନା ମଧ୍ୟ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି, ମାହିଙ୍କ ସହ ଖେଳିବା […]

dt

Hemant Lenka
  • Published: Saturday, 15 August 2020
  • , Updated: 15 August 2020, 08:44 PM IST

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ପଛେ ପଛେ ଅନ୍ତର୍ଜାତୀୟ କ୍ରିକେଟରୁ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ରାଇନା ଅବସାର ଘୋଷଣା କରିଥିଲେ ହେଁ ପୂର୍ବଭଳି ଆଇପିଏଲ ଖେଳିବେ। ଖରାପ ଫର୍ମ ପାଇଁ ରାଇନା ଦୀର୍ଘ ଦିନରୁ ବାଦ ପଡ଼ିଥିଲେ।

ଏବେ ସେ ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଧୋନିଙ୍କ ଭଳି ରାଇନା ମଧ୍ୟ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି, ମାହିଙ୍କ ସହ ଖେଳିବା ମୋ ପାଇଁ ଗର୍ବର ବିଷୟ ଥିଲା।  ଧୋନିଙ୍କ ଯାତ୍ରାରେ ମୁଁ ବି ସାମିଲ ହେଉଛି। ଧନ୍ୟବାଦ ଭାରତ। ଜୟ ହିନ୍ଦ।

୩୩ ବର୍ଷୀୟ ରାଇନା ୨୦୦୫ ଜୁଲାଇ ୩୦ରେ ପ୍ରଥମଥର ପାଇଁ ଭାରତ ପାଇଁ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ରାଇନା ଡେବ୍ୟୁ କରିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ।

 

View this post on Instagram

 

It was nothing but lovely playing with you, @mahi7781 . With my heart full of pride, I choose to join you in this journey. Thank you India. Jai Hind! 🇮🇳

A post shared by Suresh Raina (@sureshraina3) on


୨୦୧୮ ଜୁଲାଇ ୧୭ ଇଂଲଣ୍ଡ ବିପକ୍ଷରେ ରାଇନା ଶେଷଥର ପାଇଁ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ୨୦୧୦ ଜୁଲାଇ ୨୬ରେ ରାଇନା ଟେଷ୍ଟରେ ଡେବ୍ୟୁ କରିଥିଲେ। ଏହା ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ରହିଥିଲା। ୨୦୦୬ ଡିସେମ୍ବର ୧ରେ ରାଇନା ଭାରତ ପାଇଁ ପ୍ରଥମଥର ଟି-୨୦ ମ୍ୟାଚ୍‌ ଖେଳିଥିଲେ।

Related story