ଅଷ୍ଟ୍ରେଲିଆ ସିରିଜ ପାଇଁ ଟିମ୍‌କୁ ଫେରିପାରନ୍ତି ରାଇନା: ଜୋରଦାର ଅଭ୍ୟାସ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଦଳରେ ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ସୁରେଶ ରାଇନା ଅନେକ ଦିନ ଟିମ୍‌ରେ ପ୍ରତିନିଧିତ୍ୱ କରିଆସିଛନ୍ତି। ବର୍ତ୍ତମାନ ସ୍ଥିତି କିନ୍ତୁ ବଦଳିଗଲାଣି। ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବାକୁ ହେଲେ ଭଲ ପ୍ରଦର୍ଶନ ସହ ଫିଟ୍‌ନେସ ବି ରହିବାକୁ ପଡିବ। ଫଳରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ରାଇନା ଫିଟ୍‌ନେସ କାରଣରୁ ଟିମ୍‌ରେ ସ୍ଥାନ ପାଇନଥିବା କୁହାଯାଉଛି। ଅନ୍ୟପଟେ ଦାର୍ଘଦିନ ଧରି ସେ ଟିମ୍‌ରେ ସ୍ଥାନ ପାଇନଥିବା ସ୍ଥଳେ ଆଗାମୀ ଅଷ୍ଟ୍ରେଲେଆ ସିରିଜରେ ରାଇନା […]

Rakesh Mallick
  • Published: Saturday, 09 September 2017
  • , Updated: 09 September 2017, 04:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଦଳରେ ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ସୁରେଶ ରାଇନା ଅନେକ ଦିନ ଟିମ୍‌ରେ ପ୍ରତିନିଧିତ୍ୱ କରିଆସିଛନ୍ତି। ବର୍ତ୍ତମାନ ସ୍ଥିତି କିନ୍ତୁ ବଦଳିଗଲାଣି। ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବାକୁ ହେଲେ ଭଲ ପ୍ରଦର୍ଶନ ସହ ଫିଟ୍‌ନେସ ବି ରହିବାକୁ ପଡିବ। ଫଳରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ରାଇନା ଫିଟ୍‌ନେସ କାରଣରୁ ଟିମ୍‌ରେ ସ୍ଥାନ ପାଇନଥିବା କୁହାଯାଉଛି।

ଅନ୍ୟପଟେ ଦାର୍ଘଦିନ ଧରି ସେ ଟିମ୍‌ରେ ସ୍ଥାନ ପାଇନଥିବା ସ୍ଥଳେ ଆଗାମୀ ଅଷ୍ଟ୍ରେଲେଆ ସିରିଜରେ ରାଇନା ଟିମ୍ ଇଣ୍ଡିଆକୁ ଫେରିବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ସେ ଜୋରଦାର ଅଭ୍ୟାସ କରୁଥିବା ସହ ସିନିୟର ଖେଳାଳିଙ୍କ ଠାରୁ ଟିପ୍ସ୍‌ ନେଉଥିବା ଜଣାପଡିଛି।

୨୦୦୫ରୁ ଭାରତୀୟ କ୍ରିକେଟ୍‌ ଦଳରେ ଡେବ୍ୟୁ କରିଥିଲେ ରାଇନା। ଏହାପରେ ଆକର୍ଷଣୀୟ ଫିଲ୍ଡିଂ ଓ ବ୍ୟାଟିଂ ପାଇଁ ସେ ଟିମ୍‌ ଇଣ୍ଡିଆରେ ଜଣେ ନିୟମିତ ଖେଳାଳି ହୋଇଯାଇଥିଲେ। ଦିନିକିଆରେ ରାଇନା ୨୨୩ ମ୍ୟାଚ୍‌ ଖେଳି ୩୫.୪୬ ଆଭରେଜରେ ୫୫୬୮ ରନ୍‌ କରିଥିବା ବେଳେ ଅନ୍ତର୍ଜାତୀୟ ଟି-୨୦ରେ ୬୩ଟି ମ୍ୟାଚ୍‌ ଖେଳି ୨୯.୭ ଆଭରେଜ୍‌ରେ ୧୩୦୦ ରନ୍‌ ପୂରଣ କରିଛନ୍ତି।

Related story