ରୈନାଙ୍କ ନବଜାତ ଝିଅର ନାଁ ଶ୍ରେୟାନ୍ସୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଗୁଜରାଟ ଲାୟନ୍ସର ଅଧିନାୟକ ସୁରେଶ ରୌନା ଓ ତାଙ୍କ ପତ୍ନୀ ପ୍ରିୟଙ୍କା ତାଙ୍କ ନବଜାତ ଝିଅର ନାମକରଣ କରିଛନ୍ତି। ରୌନା ତାଙ୍କ ଝିଅର ନାଁ ଦେଇଛନ୍ତି ଶ୍ରେୟାନ୍ସୀ। ସେ, ତାଙ୍କ ପତ୍ନୀ ଓ  ପରିବାର ସହ ନେଦରଲାଣ୍ଡରେ ଛୁଟି କାଟୁଛନ୍ତି। ଗତ ବର୍ଷ ଏପ୍ରିଲରେ ପ୍ରିୟଙ୍କାଙ୍କୁ ବିବାହ କରିଥିବା ରୈନା ନବଜାତକଙ୍କ ନାମକରଣ ନେଇ ସୋସିଆଲ୍‌ ମଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ନେଇ କ୍ରିକେଟରେ ଚର୍ଚ୍ଚା ଜୋର ଧରିଛି। ଆଜି ଚେନ୍ନାଇରେ […]

rainawifegirl

Rakesh Mallick
  • Published: Saturday, 14 May 2016
  • , Updated: 15 May 2016, 05:23 AM IST

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଗୁଜରାଟ ଲାୟନ୍ସର ଅଧିନାୟକ ସୁରେଶ ରୌନା ଓ ତାଙ୍କ ପତ୍ନୀ ପ୍ରିୟଙ୍କା ତାଙ୍କ ନବଜାତ ଝିଅର ନାମକରଣ କରିଛନ୍ତି। ରୌନା ତାଙ୍କ ଝିଅର ନାଁ ଦେଇଛନ୍ତି ଶ୍ରେୟାନ୍ସୀ। ସେ, ତାଙ୍କ ପତ୍ନୀ ଓ  ପରିବାର ସହ ନେଦରଲାଣ୍ଡରେ ଛୁଟି କାଟୁଛନ୍ତି।

ଗତ ବର୍ଷ ଏପ୍ରିଲରେ ପ୍ରିୟଙ୍କାଙ୍କୁ ବିବାହ କରିଥିବା ରୈନା ନବଜାତକଙ୍କ ନାମକରଣ ନେଇ ସୋସିଆଲ୍‌ ମଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ନେଇ କ୍ରିକେଟରେ ଚର୍ଚ୍ଚା ଜୋର ଧରିଛି।

ଆଜି ଚେନ୍ନାଇରେ ଖେଳାଯିବାକୁ ଥିବା ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଅନୁପସ୍ଥିତ ରହିବେ। ଏହାସହ ସେ ଗୁରୁବାର ଖେଳାଯିବାକୁ ଥିବା କୋଲକାତା ବିପକ୍ଷ ମ୍ୟାଚ୍‌ ମଧ୍ୟ ଖେଳି ନ ପାରିବା ନେଇ ଆଶଙ୍କା ଦେଖାଦେଇଛି। ବିଗତ ୯ ବର୍ଷରେ ପ୍ରଥମ ଥର ପାଇଁ ରୈନା ଆଇପିଏଲ୍‌ ମ୍ୟାଚ୍‌ରେ ଅନୁପସ୍ଥିତ ରହିଛନ୍ତି।

ଅନ୍ୟପକ୍ଷରେ ଆଇପିଏଲ୍‌ରେ ୪,୦୦୦ ରନ୍‌ କରିବା ପାଇଁ ରାଇନା ଆଉ ୧୫ ରନ୍‌ ଆବଶ୍ୟକ କରୁଛନ୍ତି। ଏହି ରନ୍‌ କରିପାରିଲେ ସେ ଏକ ନୂଆ ମାଇଲ୍‌ଷ୍ଟୋନ ହାସଲ କରିବେ।

Related story