ଇଶ୍ ସୋଢୀ ରାଜସ୍ଥାନ ରୟାଲ୍ସ ସ୍ପିନ୍ ପରାମର୍ଶଦାତା

ଜୟପୁର: ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ଲେଗ୍ ସ୍ପିନର ଇଶ ସୋଢୀ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଦଳର ସ୍ପିନ୍ ପରାମର୍ଶଦାତା ହୋଇଛନ୍ତି। ୨୭ ବର୍ଷୀୟ ଏହି ସ୍ପିନର ଜଣକ ୨୦୧୮ ଓ ୨୦୧୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଦଳର ସଦସ୍ୟ ଥିଲେ, କିନ୍ତୁ ଗତମାସରେ ଆଇପିଏଲ୍ ନିଲାମ ପାଇଁ ତାଙ୍କୁ ରିଲିଜ୍ କରିଦିଆଯାଇଥିଲା। ଏବେ ସୋଢୀ ବୋଲିଂ କୋଚ୍ ସାଇରାଜ ବାହୁତୁଲେ ଏବଂ ଚିଫ୍ ଅପରେଟିଂ ଅଫିସର୍ ଜେକ୍ ଲୁଶ୍ ମ୍ୟାକକ୍ରୁମଙ୍କ ସହ କାମ […]

sodhi

sodhi

Ranjit Kumar Jena
  • Published: Thursday, 02 January 2020
  • Updated: 02 January 2020, 08:19 PM IST

Sports

Latest News

ଜୟପୁର: ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ଲେଗ୍ ସ୍ପିନର ଇଶ ସୋଢୀ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଦଳର ସ୍ପିନ୍ ପରାମର୍ଶଦାତା ହୋଇଛନ୍ତି। ୨୭ ବର୍ଷୀୟ ଏହି ସ୍ପିନର ଜଣକ ୨୦୧୮ ଓ ୨୦୧୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଦଳର ସଦସ୍ୟ ଥିଲେ, କିନ୍ତୁ ଗତମାସରେ ଆଇପିଏଲ୍ ନିଲାମ ପାଇଁ ତାଙ୍କୁ ରିଲିଜ୍ କରିଦିଆଯାଇଥିଲା।

ଏବେ ସୋଢୀ ବୋଲିଂ କୋଚ୍ ସାଇରାଜ ବାହୁତୁଲେ ଏବଂ ଚିଫ୍ ଅପରେଟିଂ ଅଫିସର୍ ଜେକ୍ ଲୁଶ୍ ମ୍ୟାକକ୍ରୁମଙ୍କ ସହ କାମ କରିବେ। ସୋଢୀ ଆଇପିଏଲରେ ମୋଟ ୮ଟି ମ୍ୟାଚ୍ ଖେଳି ୯ଟି ୱିକେଟ୍ ନେଇଛନ୍ତି, ଯେଉଁଥିରେ ତାଙ୍କର ଇକୋନମୀ ରେଟ୍ ୬.୬୯ ରହିଛି।

ସେହିପରି ସୋଢୀ ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୪୦ ଟି-୨୦ ମ୍ୟାଚରେ ୪୭ ୱିକେଟ୍ ହାସଲ କରିଛନ୍ତି। ଏହାଛଡ଼ା ସେ ଜାତୀୟ ଦଳ ପକ୍ଷରୁ ୧୭ ଟେଷ୍ଟ ଓ ୩୧ ଦିନିକିଆ ମ୍ୟାଚ୍ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos