ଟସ୍ ଜିତିଲା ରାଜସ୍ଥାନ, ବୋଲିଂ କରିବ ବିରାଟ ବାହିନୀ

ଦୁବାଇ: ଚଳିତ ଆଇପିଏଲର ଡବଲ ହେଡର ଦେଖିବେ ଦର୍ଶକେ। ଆଜି ଶନିବାର ହୋଇଥିବାରୁ ଆଇପିଏଲର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମେ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଟକ୍କର ହେବ। ପ୍ରଥମେ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ […]

u

Hemant Lenka
  • Published: Saturday, 03 October 2020
  • , Updated: 03 October 2020, 03:13 PM IST

ଦୁବାଇ: ଚଳିତ ଆଇପିଏଲର ଡବଲ ହେଡର ଦେଖିବେ ଦର୍ଶକେ। ଆଜି ଶନିବାର ହୋଇଥିବାରୁ ଆଇପିଏଲର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମେ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଟକ୍କର ହେବ।

ପ୍ରଥମେ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବ। ପୂର୍ବ ମ୍ୟାଚ୍‌ରେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ପରାସ୍ତ ହୋଇଥିଲା। ତେବେ ବେଙ୍ଗାଲୁରୁ ଶକ୍ତିଶାଳୀ ମୁମ୍ବାଇକୁ ସୁପର ଓଭରରେ ପରାସ୍ତ କରିଥିଲା।

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅଙ୍କିତ ରାଜପୁତଙ୍କ ବଦଳରେ ଯୁବ ତାରକା ମହିପାଲ ଲୋମୋର ଆଇପିଏଲରେ ଡେବ୍ୟୁ କରିବେ। ତେବେ ବେଙ୍ଗାଲୁରୁ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

Related story