ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ, ରାଜସ୍ଥାନ ଦଳରେ ଆଣ୍ଡ୍ର୍ୟୁ ଟାଏ

ଶାରଜା: ଆଇପିଏଲର ୨୩ତମ ମୁକାବିଲାରେ ଆଜି ଶାରଜା ପଡ଼ିଆରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦିଲ୍ଲୀ ୨ ନଂ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୭ନଂରେ ରହିଛି। ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ଭଲ ଆରମ୍ଭ କରିଥିଲେ ହେଁ […]

vv

Hemant Lenka
  • Published: Friday, 09 October 2020
  • , Updated: 09 October 2020, 07:16 PM IST

ଶାରଜା: ଆଇପିଏଲର ୨୩ତମ ମୁକାବିଲାରେ ଆଜି ଶାରଜା ପଡ଼ିଆରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦିଲ୍ଲୀ ୨ ନଂ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୭ନଂରେ ରହିଛି। ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ଭଲ ଆରମ୍ଭ କରିଥିଲେ ହେଁ ଲଗାତର ୩ଟି ମ୍ୟାଚ୍‌ ହାରି ଯାଇଛି। ଦଳର ମଧ୍ୟକ୍ରମ ଚିନ୍ତା ବଢ଼ାଉଛି। ଦଳରେ ସନ୍ତୁଳନ ଆଣିବା ପାଇଁ ଆଜି ରାଜସ୍ଥାନ ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ଟମ୍‌ କୁରାନଙ୍କ ବଦଳରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଆଣ୍ଡ୍ର୍ୟୁ ଟାଏଙ୍କୁ ସାମିଲ କରାଯାଇଛି। ଟାଏଙ୍କ ଚଳିତ ଆଇପିଏଲର ଆଜି ପ୍ରଥମ ମ୍ୟାଚ୍‌। ସେହିପରି ଅଙ୍କିତ ରାଜପୁତଙ୍କ ବଦଳରେ ବରୁଣ ଅରୁଣଙ୍କୁ ସୁଯୋଗ ମିଳିଛି।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

Related story