ଡିଡିସିଏକୁ ପୁଣି ଫେରିଲେ ରଜତ ଶର୍ମା

ନୂଆଦିଲ୍ଲୀ: ଦୁଇଦିନ ତଳେ ଇସ୍ତଫା ଦେଇଥିବା ରଜତ ଶର୍ମା ଦିଲ୍ଲୀ ଆଣ୍ଡ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ପଦ ପୁଣିଥରେ ସମ୍ଭାଳିଛନ୍ତି। ଏହା ପୂର୍ବରୁ ଡିଡିସିଏର ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ବିଡି ଅହମ୍ମଦ ରଜତ ଶର୍ମା ଏବଂ ଅନ୍ୟ ଅଧିକାରୀଙ୍କ ଇସ୍ତଫାକୁ ହୋଲ୍ଡ ରଖିଥିଲେ ଏବଂ ସମସ୍ତଙ୍କୁ ନିଜ ନିଜ ପଦବୀରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ରଜତ ଶର୍ମା କହିଛନ୍ତି, “ଲୋକପାଳଙ୍କ ନିର୍ଦ୍ଦେଶାନୁସାରେ ମୁଁ ତତ୍କାଳ ପ୍ରଭାବରୁ ଡିଡିସିଏର ଅଧ୍ୟକ୍ଷ ପଦ ସମ୍ଭାଳିଛି। […]

rajat sharma

Ranjit Kumar Jena
  • Published: Monday, 18 November 2019
  • , Updated: 18 November 2019, 08:23 PM IST

ନୂଆଦିଲ୍ଲୀ: ଦୁଇଦିନ ତଳେ ଇସ୍ତଫା ଦେଇଥିବା ରଜତ ଶର୍ମା ଦିଲ୍ଲୀ ଆଣ୍ଡ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ପଦ ପୁଣିଥରେ ସମ୍ଭାଳିଛନ୍ତି। ଏହା ପୂର୍ବରୁ ଡିଡିସିଏର ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ବିଡି ଅହମ୍ମଦ ରଜତ ଶର୍ମା ଏବଂ ଅନ୍ୟ ଅଧିକାରୀଙ୍କ ଇସ୍ତଫାକୁ ହୋଲ୍ଡ ରଖିଥିଲେ ଏବଂ ସମସ୍ତଙ୍କୁ ନିଜ ନିଜ ପଦବୀରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏ ନେଇ ରଜତ ଶର୍ମା କହିଛନ୍ତି, "ଲୋକପାଳଙ୍କ ନିର୍ଦ୍ଦେଶାନୁସାରେ ମୁଁ ତତ୍କାଳ ପ୍ରଭାବରୁ ଡିଡିସିଏର ଅଧ୍ୟକ୍ଷ ପଦ ସମ୍ଭାଳିଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଡିଡିସିଏର ମାମଲାକୁ ସଚ୍ଚୋଟତା ଏବଂ ପାରଦର୍ଶିତା ଭାବେ ଚଲାଇବାରେ ମୋତେ ସହଯୋଗ କରନ୍ତୁ।"

ସେ ଆହୁରି କହିଛନ୍ତି, "ବର୍ତ୍ତମାନJ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆପେକ୍ସ କାଉନସିଲର କୌଣସି ବୈଠକ ମୋ ବିନା ଅନୁମତିରେ ଡକାଯାଇ ପାରିବ ନାହିଁ। ଏଥିପାଇଁ ସମସ୍ତଙ୍କୁ ଅନୁରୋଧ ଯେ ଆପଣମାନେ ଆପେକ୍ସ କାଉନସିଲର କୌଣସି ବୈଠକରେ ଯୋଗ ଦିଅନ୍ତୁ ନାହିଁ। ମଙ୍ଗଳବାର ଆପେକ୍ସ କାଉନସିଲର କୌଣସି ବୈଠକ ନାହିଁ। ମୁଁ ଜାଣିବାକୁ ପାଇଲି ଯେ ଲୋକପାଳ ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ହେବାକୁଥିବା ଆପେକ୍ସ କାଉନସିଲ୍ ବୈଠକ ପାଇଁ କିଛି ବଛାବଛା ସଦସ୍ୟଙ୍କୁ ନୋଟିସ୍ ପଠାଇଛନ୍ତି। ଏଥିପାଇଁ ଆପେକ୍ସ କାଉନସିଲର ବୈଠକ ଆସନ୍ତାକାଲି ଆୟୋଜନ କରିବାର କୌଣସି ମତଲବ ନାହିଁ। ମୁଁ ନିର୍ଦ୍ଦେଶ ଦେଉଛି ଯେ ଆପେକ୍ସ କାଉନସିଲ୍ ବୈଠକ କିମ୍ବା ଏହିପରି କୌଣସି ନିର୍ଦ୍ଧାରିତ ବୈଠକ ବାତିଲ କରିଦିଆଯାଇଛି।"

ସୂଚନାଯୋଗ୍ୟ, ଶନିବାର ରଜତ ଶର୍ମା ଅଚାନକ୍ ଡିଡିସିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ଇସ୍ତଫା ଦେବା ପରେ ସେ କହିଥିଲେ, ମୁଁ ଡିଡିସିଏର ଅସଲ ଚେହେରାକୁ ଉଜାଗର କରିବାକୁ ଚାହୁଁଥିଲି। ଆଜିବି ଡିଡିସିଏରେ ଏଭଳି ଲୋକ ଅଛନ୍ତି, ଯିଏ କେବଳ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଚୁକ୍ତି ଏବଂ ନିବେଦକ ହାସଲ କରିବାକୁ ଆଗ୍ରହ ଦେଖାନ୍ତି। ସେମାନେ ମଧ୍ୟ ଖେଳାଳିଙ୍କ ଚୟନରେ ମଧ୍ୟ ହସ୍ତକ୍ଷେପ କରନ୍ତି।

Related story