ରଣଜୀ ଟ୍ରଫି: ଆରମ୍ଭରୁ ରାଜେଶଙ୍କ ଘାତକ ସ୍ପେଲ୍

ରାୟପୁର: ବିସିସିଆଇର ସବୁଠାରୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ରଣଜୀ ଟ୍ରଫି ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ଏଲିଟ୍ ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଭେଟିଛି। ମ୍ୟାଚର ପ୍ରଥମ ଦିବସରେ ଓଡ଼ିଶାର ଯୁବ ପେସ୍ ବୋଲର ରାଜେଶ ମହାନ୍ତି କମାଲ୍ କରିଛନ୍ତି। ରାଜେଶ (୬/୪୭)ଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନକୁ ଆଧାର କରି ଓଡ଼ିଶା ଛତିଶଗଡ଼କୁ ପ୍ରଥମ ଇନିଂସରେ ମାତ୍ର ୧୩୪ ରନରେ ଅଲଆଉଟ୍ କରି ଦେଇଛି। ଛତିଶଗଡ଼ […]

rajesh-mohanty

Ranjit Kumar Jena
  • Published: Monday, 09 December 2019
  • , Updated: 09 December 2019, 06:43 PM IST

ରାୟପୁର: ବିସିସିଆଇର ସବୁଠାରୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ରଣଜୀ ଟ୍ରଫି ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ଏଲିଟ୍ ଗ୍ରୁପ୍‌-ସି'ରେ ସ୍ଥାନ ପାଇଥିବା ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଭେଟିଛି। ମ୍ୟାଚର ପ୍ରଥମ ଦିବସରେ ଓଡ଼ିଶାର ଯୁବ ପେସ୍ ବୋଲର ରାଜେଶ ମହାନ୍ତି କମାଲ୍ କରିଛନ୍ତି। ରାଜେଶ (୬/୪୭)ଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନକୁ ଆଧାର କରି ଓଡ଼ିଶା ଛତିଶଗଡ଼କୁ ପ୍ରଥମ ଇନିଂସରେ ମାତ୍ର ୧୩୪ ରନରେ ଅଲଆଉଟ୍ କରି ଦେଇଛି।

ଛତିଶଗଡ଼ ପକ୍ଷରୁ ଅଜୟ ମଣ୍ଡଳ ସର୍ବାଧିକ ୪୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି। ଜବାବରେ ଓଡ଼ିଶା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୪୮ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ୪ ଓ ଗୋବିନ୍ଦ ପୋଦ୍ଦାର କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

ଓଡ଼ିଶାକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଓପ୍ନର ସନ୍ଦୀପ ପଟ୍ଟନାୟକ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସାଥୀ ଅନୁରାଗ ଷଢ଼ଙ୍ଗୀ ୧୪ ରନ୍ କରି ପୁନୀତ ଦାତେଙ୍କ ବଲରେ କ୍ଲିନ୍ ବୋଲ୍ଡ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦେବାଶିଷ ସାମନ୍ତରାୟ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୧୪) ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ ଏବଂ ପୁନୀତଙ୍କ ଶିକାର ହୋଇଥିଲେ। ଛତିଶଗଡ଼ ପକ୍ଷରୁ ପୁନୀତ ୨ଟି ଓ ପଙ୍କଜ ଗୋଟିଏ ୱିକେଟ୍ ନେଇଛନ୍ତି।

ପୂର୍ବରୁ ଓଡ଼ିଶା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଚତୁର୍ଥ ଓଭରର ପଞ୍ଚମ ବଲରେ ରାଜେଶ ଛତିଶଗଡ଼ର ଓପନିଂ ବ୍ୟାଟ୍ସମ୍ୟାନ୍ ଅବିନାଶ ଧାଲିୱାଲଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ଅନ୍ୟତମ ଓପ୍ନର ଜୀବନଜୋତ୍ ସିଂହଙ୍କୁ ଆଉଟ୍ କରି ଓଡ଼ିଶାକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଏହା ପରେ ଓଡ଼ିଶାର ସବୁଠାରୁ ଅଭିଜ୍ଞ ପେସର ବସନ୍ତ ମହାନ୍ତି ଲଗାତାର ଦୁଇଟି ୱିକେଟ୍ ନେଇ ଛତିଶଗଡ଼କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ତୃତୀୟ ସ୍ଥାନରେ ଆସିଥିବା ଆଶୁତୋଷ ସିଂହ (୬) ଓ କ୍ୟାପଟେନ୍ ହରପ୍ରୀତ ସିଂହ (୯) ଖାତା ଖୋଲିପାରି ନଥିଲେ। ଏହା ପରେ ରାଜେଶ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇଚାଲିଥିଲେ। ଏକ ସମୟରେ ଛତିଶଗଡ଼ ୯୨ ରନରେ ୯ ୱିକେଟ୍ ହରାଇ ସାରିଥିଲା, କିନ୍ତୁ ଶେଷ ୱିକେଟ୍ ପାଇଁ ଅଜୟ ମଣ୍ଡଳ ଓ ପଙ୍କଜ ରାଓ ୪୨ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ମଧ୍ୟକ୍ରମରେ ଅମନଦୀପ ଖାରେ ୨୦, ଶଶାଙ୍କ ସିଂହ ୮, ବୀର ପ୍ରତାପ ସିଂହ ୧୪, ପୁନୀତ ଦାତେ ୫, ମନୋଜ ସିଂହ ୧ ରନ୍ କରି ଆଉଟ୍ ହୋଇଥିଲେ। ପଙ୍କଜ ରାଓ ୫ ରନ୍ କରି ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ବସନ୍ଦ ୨୪ ରନ୍ ଦେଇ ୩ଟି ଓ ସୂର୍ଯ୍ୟକାନ୍ତ ଗୋଟିଏ ୱିକେଟ୍ ନେଇଥିଲେ।

Related story