ୱାସିମ ଆକ୍ରମଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ଶ୍ରୀଲଙ୍କାର ଏହି ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବାମହାତି ବୋଲର ରଙ୍ଗନା ହେରାଥ୍ ପାକିସ୍ତାନ ବୋଲର ୱାସିମ ଆକ୍ରମଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ବାମହାତି ବୋଲର ଭାବେ ଟେଷ୍ଟରେ ସେ ସର୍ବାଧିକ ୱିକେଟ୍‌ ହାସଲ୍‌ କରି ଆକ୍ରମଙ୍କୁ ପଛରେ ପକାଇ ଦେଇଛନ୍ତି। ଢାକାର ଶେର-ଏ-ବାଂଗଲା ଷ୍ଟାଡିୟମରେ ଶ୍ରୀଲଙ୍କା ବାଂଲାଦେଶକୁ ୨୧୫ ରନ୍‌ରେ ହରାଇ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତି ଯାଇଛି। ଆଜି ଏହି ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ୩୩୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ […]

Rangana_Herath

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 09:33 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବାମହାତି ବୋଲର ରଙ୍ଗନା ହେରାଥ୍ ପାକିସ୍ତାନ ବୋଲର ୱାସିମ ଆକ୍ରମଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ବାମହାତି ବୋଲର ଭାବେ ଟେଷ୍ଟରେ ସେ ସର୍ବାଧିକ ୱିକେଟ୍‌ ହାସଲ୍‌ କରି ଆକ୍ରମଙ୍କୁ ପଛରେ ପକାଇ ଦେଇଛନ୍ତି।

ଢାକାର ଶେର-ଏ-ବାଂଗଲା ଷ୍ଟାଡିୟମରେ ଶ୍ରୀଲଙ୍କା ବାଂଲାଦେଶକୁ ୨୧୫ ରନ୍‌ରେ ହରାଇ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତି ଯାଇଛି। ଆଜି ଏହି ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ୩୩୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଟିମ୍ ମାତ୍ର ୧୨୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ହେରାଥ୍ ୪ଟି ୱିକେଟ୍ ନେଇଥିଲେ। ଏହା ସହିତ ସେ ଟେଷ୍ଟ କ୍ରିକେଟ୍‌ରେ ୪୧୫ଟି ୱିକେଟ୍ ହାସଲ କରିଛନ୍ତି ଏବଂ ୱାସିମଙ୍କ ରେକର୍ଡ ଭାଙ୍ଗିଛନ୍ତି। ୱାସିମ୍ ଟେଷ୍ଟ୍ କ୍ରିକେଟରେ ୪୧୪ଟି ୱିକେଟ୍ ନେଇଥିଲେ। ସେ ୧୦୪ଟି ମ୍ୟାଚ୍‌ରୁ ୪୧୪ଟି ୱିକେଟ୍ ନେଇଥିଲେ। ହେରାଥ୍ ମାତ୍ର ୮୯ଟି ଟେଷ୍ଟରୁ ୪୧୫ଟି ୱିକେଟ୍ ହାସଲ କରି ଶୀର୍ଷରେ ପହଞ୍ଚି ଯାଇଛନ୍ତି।

ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ବାମହାତି ବୋଲର-

ରଙ୍ଗନା ହେରାଥ୍ (ଶ୍ରୀଲଙ୍କା): ୪୧୫ ୱିକେଟ୍‌, ୯୮ ମ୍ୟାଚ୍‌

ୱାସିମ ଆକ୍ରମ (ପାକିସ୍ତାନ): ୪୧୪ ୱିକେଟ୍, ୧୦୪ ମ୍ୟାଚ୍‌

ଡାନିଏଲ୍ ଭିଟୋରୀ(ନ୍ୟୁଜିଲାଣ୍ଡ): ୩୬୨ ୱିକେଟ୍‌, ୧୧୩ ମ୍ୟାଚ୍

ଚାମିଣ୍ଡା ଭାସ୍‌ (ଶ୍ରୀଲଙ୍କା): ୩୫୫ ୱିକେଟ୍, ୧୧୧ ମ୍ୟାଚ୍‌

ମିଚେଲ୍‌ ଜନସନ୍‌ (ଅଷ୍ଟ୍ରେଲିଆ): ୩୧୩ ୱିକେଟ୍, ୭୩ ମ୍ୟାଚ୍‌

 

Related story