ରଣଜୀ ଫାଇନାଲ: ଗୁଜରାଟ ୨୯୧/୬

ଇନ୍ଦୋର: ଇନ୍ଦୋରରେ ଚାଲିଥିବା ରଣଜୀ ଫାଇନାଲର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ ୬ ୱିକେଟ୍‌ ହରାଇ ୨୯୧ ରନ୍‌ କରିଛନ୍ତି। ଗତକାଲିର ଅସମାପ୍ତ ୨/୦ରୁ ଆଜି ଗୁଜରାଟ ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଅଧିନାୟକ ତଥା ୱିକେଟ୍‌ କିପର ପାର୍ଥିବ ପଟେଲ ୧୨ ଚୌକା ସହାୟତାରେ ୯୦ ରନ୍‌ କରିଥିଲେ। ସିଜେ ଗାନ୍ଧୀ ଏବଂ ଆରବି କଲାରିଆ ଅପରାଜିତ ଅଛନ୍ତି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ ୬୩ ରନ୍‌ର ଅଗ୍ରଣୀ […]

ranji-match

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 06:35 PM IST

ଇନ୍ଦୋର: ଇନ୍ଦୋରରେ ଚାଲିଥିବା ରଣଜୀ ଫାଇନାଲର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ ୬ ୱିକେଟ୍‌ ହରାଇ ୨୯୧ ରନ୍‌ କରିଛନ୍ତି। ଗତକାଲିର ଅସମାପ୍ତ ୨/୦ରୁ ଆଜି ଗୁଜରାଟ ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଅଧିନାୟକ ତଥା ୱିକେଟ୍‌ କିପର ପାର୍ଥିବ ପଟେଲ ୧୨ ଚୌକା ସହାୟତାରେ ୯୦ ରନ୍‌ କରିଥିଲେ। ସିଜେ ଗାନ୍ଧୀ ଏବଂ ଆରବି କଲାରିଆ ଅପରାଜିତ ଅଛନ୍ତି।

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ ୬୩ ରନ୍‌ର ଅଗ୍ରଣୀ ହାସଲ କରିଛି।

ଗତକାଲି ଟସ୍‌ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ସମସ୍ତ ୱିକେଟ୍‌ ହରାଇ ୨୨୮ ରନ୍‌ କରିଥିଲା।

Related story