ରଣଜୀ ମ୍ୟାଚ୍‌: ଗୋଆ ୨୨୦/୮, ତାମିଲନାଡୁ ୫୪୭/୭

ଭୁବନେଶ୍ୱର/କଟକ: ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଆ ୮ ୱିକେଟ୍‌ ହରାଇ ୨୨୦ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଏସ୍‌.ଏ. ଅସୋନ୍ଦକର ୫୭, ଏସ୍‌. କୌଥନ୍‌କର ୪୩ ଏବଂ ଏସ୍‌. କାମତ ୪୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଏସ୍‌. ଜାକାଟି (୧୬) ଏବଂ ଜି.ଡି. ନରଭେକର ବିନା କୌଣସି ରନ୍‌ କରି ଅପରାଜିତ ଅଛନ୍ତି। ତ୍ରିପୁରା ପକ୍ଷରୁ ଗୁରିନ୍ଦର ସିଂହ […]

rajni-match

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 06:15 PM IST

ଭୁବନେଶ୍ୱର/କଟକ: ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଆ ୮ ୱିକେଟ୍‌ ହରାଇ ୨୨୦ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଏସ୍‌.ଏ. ଅସୋନ୍ଦକର ୫୭, ଏସ୍‌. କୌଥନ୍‌କର ୪୩ ଏବଂ ଏସ୍‌. କାମତ ୪୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଏସ୍‌. ଜାକାଟି (୧୬) ଏବଂ ଜି.ଡି. ନରଭେକର ବିନା କୌଣସି ରନ୍‌ କରି ଅପରାଜିତ ଅଛନ୍ତି।

ତ୍ରିପୁରା ପକ୍ଷରୁ ଗୁରିନ୍ଦର ସିଂହ ୩ଟି ୱିକେଟ୍‌ ନେଇଥିବା ବେଳେ ବି.ବି. ରାୟ ଏବଂ ଏମ୍‌.ବି. ମୁରା ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।

ପ୍ରଥମ ଦିନରେ ତ୍ରିପୁରା ସମସ୍ତ ୱିକେଟ୍‌ ହରାଇ ୨୮୩ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆର.ଏ. ଦେ, ୮୭, ଏ.ଏ. ଦେ ୫୮ ଏବଂ ୱାଇ ସିଂହ ୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଗୋଆ ବୋଲର ଏସ୍‌. ଜାକାଟି ୪ଟି ୱିକେଟ୍‌ ନେଇଥିଲେ। ଏସ୍‌.ଏସ୍‌. ବାନ୍ଦେକର ୩ଟି, ଆର.ଆର. ସିଂହ ଏବଂ ଡି. ମିଶାଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସେହିପରି କଟକ ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ର ଦ୍ୱିତୀୟ ଦିନରେ ତାମିଲନାଡୁ ୭ ୱିକେଟ୍‌ ବିନିମୟରେ ୫୪୭ ରନ୍‌ କରିଛି। ଗତକାଲି ୭୧ ରନ୍‌ କରି ଅପରାଜିତ ଥିବା କେ. ଗାନ୍ଧି ୨୪ ଚୌକା ସହାୟତାରେ ୧୫୭ ରନ୍‌ କରିଛନ୍ତି। ଏନ୍‌. ଜଗଦୀସନ୍‌ ୮ ଚୌକା, ୨ ଛକା ସହାୟତାରେ ୧୧୮ ରନ୍‌ କରି ଅପରାଜିତ ଅଛନ୍ତି। ଗତକାଲି ଦୀନେଶ କାର୍ତ୍ତିକ ୯୫ ରନ୍‌ ଆଉଟ୍‌ ହୋଇଥିଲେ।

ମଧ୍ୟପ୍ରଦେଶ ପକ୍ଷରୁ ଏ. ଦାସ ୩ଟି ୱିକେଟ୍‌ ନେଇଥିବା ବେଳେ ସି. ସାକୁରେ ୨ଟି, ଆଇ. ପାଣ୍ଡେ ଏବଂ ଏଚ୍‌.ଏସ୍‌ ଭାଟିଆ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

Related story