ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କଲା ଓଡ଼ିଶା

ହାଇଦ୍ରାବାଦ: ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଓଡ଼ିଶା। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ର ଅନ୍ତିମ ଦିନରେ  ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଛି ଓଡ଼ିଶା। ଚଳିତ ରଣଜୀ ସିଜନରେ ଓଡ଼ିଶାର ଏହା ପ୍ରଥମ ବିଜୟ। ସୌରାଷ୍ଟ୍ର ୨୧୨ ରନ୍‌ର ଟାର୍ଗେଟ୍ ଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ଦଳ ୧୭୯ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଘାତକ ବୋଲିଂ କରି ସୌରାଷ୍ଟ୍ରର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଭିଲିୟନ ରାସ୍ତା […]

suryakanta

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 03:53 PM IST

ହାଇଦ୍ରାବାଦ: ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଓଡ଼ିଶା। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ର ଅନ୍ତିମ ଦିନରେ  ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଛି ଓଡ଼ିଶା।

ଚଳିତ ରଣଜୀ ସିଜନରେ ଓଡ଼ିଶାର ଏହା ପ୍ରଥମ ବିଜୟ। ସୌରାଷ୍ଟ୍ର ୨୧୨ ରନ୍‌ର ଟାର୍ଗେଟ୍ ଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ଦଳ ୧୭୯ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଘାତକ ବୋଲିଂ କରି ସୌରାଷ୍ଟ୍ରର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଭିଲିୟନ ରାସ୍ତା ଦେଖାଇ ଦେଇଥିଲେ। ଉଭୟ ଇନିଂରେ ସେ ମୋଟ ୮ଟି ୱିକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ପ୍ରଥମ ଇନିଂସରେ ସନ୍ଦୀପ ପଟ୍ଟନାୟକଙ୍କ ୧୨୩ ରନ୍‌ ବଳରେ ଓଡ଼ିଶା ୨୨୮ରନ୍‌ କରିଥିବା ବେଳେ  ଓ ଦ୍ୱିତୀୟ ଇନିଂସରେ ଶୁଭ୍ରାଂଶୁ ସେନାପତି ୫୭ ରନ୍‌ ବଳରେ ୧୬୯ ରନ୍‌ କରିଥିଲା। ପ୍ରଥମ ଇନିଂସରେ ସୌରାଷ୍ଟ୍ର ୧୮୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ରଣଜୀରରେ ଓଡ଼ିଶାର ରୋମାଞ୍ଚକର ବିଜୟ ପରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ସନ୍ଦୀପ ପଟ୍ଟନାୟକଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବାକୁ ଓସିଏ ପକ୍ଷରୁ ଘୋଷଣା କରାଯାଇଛି।

Related story