ରଣଜୀ ଟ୍ରଫି: କ୍ୱାର୍ଟରରେ ପହଞ୍ଚିଲା ବେଙ୍ଗଲ ଓ କର୍ଣ୍ଣାଟକା

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ମ୍ୟାଚରେ କର୍ଣ୍ଣାଟକା ଓ ବେଙ୍ଗଲ ଟିମ୍ ବିଜୟ ହାସଲ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଶକ୍ତିଶାଳୀ ଦିଲ୍ଲୀର ନକଆଉଟ୍ ଆଶା ଧୂଳିସାତ୍ ହୋଇଯାଇଛି। ପଟିଆଲାରେ ଚାଲିଥିବା ଏଲିଟ୍ ଗ୍ରୁପ୍‌-ଏ’ର ମ୍ୟାଚରେ ବେଙ୍ଗଲ ୪୮ ରନରେ ପଞ୍ଜାବକୁ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛି। ବେଙ୍ଗଲ ଦ୍ୱିତୀୟ ଇନିଂସରେ ୨୦୨ ରନରେ ଅଲଆଉଟ୍ ହୋଇ ପଞ୍ଜାବ ଆଗରେ ୧୯୦ ରନର ଟାର୍ଗେଟ୍ ରଖିଥିଲା। ଏହାକୁ ପିଛା କରି ପଞ୍ଜାବ […]

bengal1

Ranjit Kumar Jena
  • Published: Friday, 14 February 2020
  • , Updated: 14 February 2020, 08:23 PM IST

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ମ୍ୟାଚରେ କର୍ଣ୍ଣାଟକା ଓ ବେଙ୍ଗଲ ଟିମ୍ ବିଜୟ ହାସଲ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଶକ୍ତିଶାଳୀ ଦିଲ୍ଲୀର ନକଆଉଟ୍ ଆଶା ଧୂଳିସାତ୍ ହୋଇଯାଇଛି। ପଟିଆଲାରେ ଚାଲିଥିବା ଏଲିଟ୍ ଗ୍ରୁପ୍‌-ଏ'ର ମ୍ୟାଚରେ ବେଙ୍ଗଲ ୪୮ ରନରେ ପଞ୍ଜାବକୁ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛି। ବେଙ୍ଗଲ ଦ୍ୱିତୀୟ ଇନିଂସରେ ୨୦୨ ରନରେ ଅଲଆଉଟ୍ ହୋଇ ପଞ୍ଜାବ ଆଗରେ ୧୯୦ ରନର ଟାର୍ଗେଟ୍ ରଖିଥିଲା। ଏହାକୁ ପିଛା କରି ପଞ୍ଜାବ ୧୪୧ ରନରେ ଅଲଆଉଟ୍ ହୋଇଯାଇଛି।

ପଞ୍ଜାବ ପକ୍ଷରୁ ରମନଦୀପ ସିଂହ ସର୍ବାଧିକ ଅପରାଜିତ ୬୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ବେଙ୍ଗଲ ପକ୍ଷରୁ ଶାହବାଜ ଅହମ୍ମଦ ୪ଟି ଓ ଆକାଶ ଦୀପ ୨ଟି ୱିକେଟ୍ ନେଇଥିଲେ। ତେବେ ଉଭୟ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ବେଙ୍ଗଲର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ (୭୩*, ୬୫) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଉକ୍ତ ମ୍ୟାଚରେ ବେଙ୍ଗଲ ପ୍ରଥମ ଇନିଂସରେ ୧୩୮ ରନ୍ କରିଥିବା ବେଳେ ପଞ୍ଜାବ ୧୫୧ ରନ୍ କରି ଅଲଆଉଟ୍ ହୋଇଥିଲା।

ସେହିପରି ବେଙ୍ଗାଲୁରୁରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍‌-ବି' ମ୍ୟାଚରେ କର୍ଣ୍ଣାଟକା ୮ ୱିକେଟରେ ବରୋଦକୁ ହରାଇ କ୍ୱାର୍ଟରରେ ପହଞ୍ଚିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୧୪୯ ରନର ବିଜୟଲକ୍ଷ୍ୟକୁ କର୍ଣ୍ଣାଟକା ୪୪.୪ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଛି। ଦଳ ପକ୍ଷରୁ କ୍ୟାପଟେନ୍ କରୁନ୍ ନାୟର ୭୧ ଓ କ୍ରିଷ୍ଣମୂର୍ତ୍ତି ସିଦ୍ଧାର୍ଥ ୨୯ ରନ୍ କରି ଅପରାଜିତ ଥିଲେ। ଉକ୍ତ ମ୍ୟାଚରେ ବରୋଦା ପ୍ରଥମ ଇନିଂସରେ ୮୫ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ କର୍ଣ୍ଣାଟକା ୨୩୩ ରନ୍ କରିଥିଲା। ବରୋଦା ଦ୍ୱିତୀୟ ଇନିଂସରେ ୨୯୬ ରନ୍ କରିବାକୁ ସକ୍ଷମ ହୋଇଥିଲା।

Related story